ବିଜେଡି ଅକ୍ତିଆର କଲା ଧାମନଗର ଏନ୍ଏସି; ୧୧ ଓ୍ୱାର୍ଡରୁ ୯ ଓ୍ୱାର୍ଡରେ ବିଜେଡି ବିଜୟୀ, ନିବେଦିତା ଜେନା ଅଧ୍ୟକ୍ଷ

0
344
bjd-won-dhamnagar-nac-election

ଭଦ୍ରକ: ଗଣତି ସରିବାପରେ ସ୍ପଷ୍ଟ ହେଲା ଜନମତ । ବିଜେଡି ଦଖଲକୁ ଗଲା ଭଦ୍ରକ ଧାମନଗର ଏନଏସି । ବିଜେଡିର ନିବେଦିତା ଜେନା ଅଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ। ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥିନୀ ପୁଷ୍ପଶ୍ରୀ ମହାନ୍ତିଙ୍କୁ ହରାଇଛନ୍ତି ନିବେଦିତା । ଧାମନଗର ଅଧ୍ୟକ୍ଷ ପଦ ସହ ୧୧ଟି ୱାର୍ଡରୁ ବିଜେଡି ୯ଟିରେ ବିଜୟ ଲାଭ କରିଛି । ଧାମନଗରରେ ବିଜେପି ଖାତାକୁ ଯାଇଛି ମାତ୍ର୨ଟି ଓ୍ୱାର୍ଡ ।

ସୂଚନାଯୋଗ୍ୟ, ମାର୍ଚ୍ଚ ୨୪ ତାରିଖରେ ଧାମନଗର ଏନ୍‌ଏସିର ୬ଟି ବୁଥ୍‌ରେ ମତଦାନ ବେଳେ ଗଣ୍ଡଗୋଳ ଓ ହିଂସାକାଣ୍ଡ ହୋଇଥିବାରୁ ମତଦାନ ବାଧାପ୍ରାପ୍ତ ହୋଇଥିଲା । ତେଣୁ ଅନ୍ୟ ସମସ୍ତ ୱାର୍ଡର ତଥା ଏନ୍‌ଏସି ଅଧ୍ୟକ୍ଷ ପଦ ପାଇଁ ହେବାକୁ ଥିବା ଭୋଟ୍‌ ଗଣତିକୁ ବନ୍ଦ କରାଯାଇଥିଲା।

Also Read  UGC-NET ପରୀକ୍ଷା ବାତିଲ