ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବରେ ଦାୟିତ୍ୱ ଗ୍ରହଣ କରିବା ସହ ମହାପ୍ରଭୁଙ୍କ ଦର୍ଶନ କଲେ ବୀର ବିକ୍ରମ ଯାଦବ

0
363
vir-bikram-yadav-took-over-as-the-chief-administrator-of-puri srimandira

ପୁରୀ: ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି ବୀର ବିକ୍ରମ ଯାଦବ । ପୁରୀରେ ପହଁଚିବା ପରେ ତାଙ୍କୁ ପ୍ରଶାସନ ପକ୍ଷରୁ ସ୍ଵାଗତ କରାଯାଇଛି। ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ଶ୍ରୀମନ୍ଦିର ଯାଇ ପ୍ରଥମେ ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି ବୀର ବିକ୍ରମ ଯାଦବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ତାଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ୧୯୯୬ ବ୍ୟାଚ୍ IAS ହେଉଛନ୍ତି ବୀର ବିକ୍ରମ ଯାଦବ । ସେ ପୂର୍ତ୍ତ ସଚିବ ଭାବେ ମଧ୍ୟ ଅବସ୍ଥାପିତ ହୋଇଛନ୍ତି । ପୂର୍ବରୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପ୍ରମୁଖ ସଚିବ ଥିଲେ ଭି ଭି ଯାଦବ । ଗତ ଶନିବାର ରାତିରେ ଚୁଲି ଭାଙ୍ଗିବା ଘଟଣାକୁ ନେଇ ସେ ତର୍ଜମା କରିଛନ୍ତି। ଶ୍ରୀମନ୍ଦିରକୁ କିଭଳି ଅଧିକ ସୁରକ୍ଷା ଦିଆଯାଇ ପାରିବ ସେ ନେଇ ଅନୁଧ୍ୟାନ କରିଛନ୍ତି।

Also Read  Laxman, the Lion passes away at the Nandankanan Zoological park in Bhubaneswar