ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ପୂର୍ବତନ ବାଚସ୍ପତି କିଶୋର ପଟେଲଙ୍କୁ ପ୍ରାର୍ଥୀ କଲା କଂଗ୍ରେସ

0
231
brajarajnagar-by-election-kishore-patel-declare-congress-candidate

ଭୁବନେଶ୍ବର: ବହୁପ୍ରତୀକ୍ଷିତ ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ଆଜି କଂଗ୍ରେସ ଏହାର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ପୂର୍ବତନ ବାଚସ୍ପତି ତଥା ପୂର୍ବତନ ମନ୍ତ୍ରୀ କିଶୋର ପଟେଲଙ୍କୁ କଂଗ୍ରେସ ପ୍ରାର୍ଥୀ ଭାବେ ଘୋଷଣା କରିଛି । ଏ ନେଇ ଏଆଇସିସି ପକ୍ଷରୁ ଘୋଷଣା କରାଯାଇଛି।ଦଳର ବରିଷ୍ଠ ନେତା କିଶୋର ପଟେଲଙ୍କୁ ନେଇ ଦଳ ବ୍ରଜରାଜନଗର ଉପ ନିର୍ବାଚନରେ ବୈତରଣୀ ପାର ହେବା ନେଇ ଆଶା ଓ ବିଶ୍ୱାସ ପ୍ରକଟ କରିଛି । ପୂର୍ବରୁ କିଶୋର ବ୍ରଜରାଜନଗରରୁ କଂଗ୍ରେସ ପ୍ରାର୍ଥୀ ହେବେ ବୋଲି ସଂକେତ ଦେଇଥିଲେ ବିଧାୟକ ସନ୍ତୋଷ ସିଂ ସାଲୁଜା ।

ରବିବାର ବିଜେପି ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡାଙ୍କୁ ବ୍ରଜରାଜନଗର ପ୍ରାର୍ଥୀ ନେଇ ଲିଖିତ ପ୍ରେସ ବିଜ୍ଞପ୍ତି ପ୍ରକାଶ କରିଥିଲା । ସୋମବାର ବିଜୁ ଜନତା ଦଳ ମଧ୍ୟ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା । ଦିବଙ୍ଗତ ବିଧାୟକ ତଥା ବରିଷ୍ଠ ବିଜେଡି ନେତା କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତିଙ୍କୁ ପ୍ରାର୍ଥୀ ରୂପେ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସୂଚନାଯୋଗ୍ୟ, ଗତ ଡିସେମ୍ବର ମାସ ୩୦ ତାରିଖରେ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ଆକସ୍ମିକ ବିୟୋଗ ପରେ ଏହି ଆସନ ଖାଲି ପଡ଼ିଛି।

Also Read  କରୋନା ବଟିକା ଆଣିବ ଓଡ଼ିଶା : ମୋଲନୁପିରାଭିର ୫୦% ମୃତ୍ୟୁ ରୋକୁଛି

LEAVE A REPLY

Please enter your comment!
Please enter your name here