ବ୍ରଜରାଜନଗର ଉପନିର୍ବାଚନ : କଂଗ୍ରେସ, ବିଜେପି ଓ ବିଜେଡି ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

0
170

ଝାରସୁଗୁଡ଼: ସବୁଦଳ ନିଜନିଜର ପ୍ରାର୍ଥୀ ଘୋଷଣା ପରେ ବ୍ରଜରାଜନଗର ଉପନିର୍ବାଚନ ପାଇଁ ସ୍ଥାନୀୟ ବାତାବରଣ ଉଷ୍ମ ହୋଇଉଠିଛି। ଏପରିସ୍ଥଳେ, ଆଜି ଦୁଇଜଣ ପ୍ରାର୍ଥୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ନିଜନିଜର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଦୁଇ ପ୍ରାର୍ଥୀଙ୍କ ମଧ୍ୟରୁ ଜଣେ ସଂକ‌ୀର୍ତ୍ତନ ଶୋଭାଯାତ୍ରାରେ ଆସି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଅନ୍ୟପକ୍ଷରେ; ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ ଆସନ୍ତାକାଲି ସେମାନଙ୍କର ନାମାଙ୍କନପତ୍ର ଦାଖଲ କରିବେ। ଏଥିଲାଗି ତିନି ଦଳରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ଲଖନପୁର ବ୍ଲକ୍‌ ମୁରଲିପାଲି ଗ୍ରାମର ଆଦିତ୍ୟ ପଧାନ ସ୍ବାଧୀନ ପ୍ରାର୍ଥୀଭ‌ାବେ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ତାଙ୍କ ସହିତ ଗ୍ରାମର ସଂକୀର୍ତ୍ତନ ଦଳ ବି ଆସିଥିଲେ। ମୃଦଙ୍ଗ, ଗିନି ଧରି ହରିନାମ ସଂକୀର୍ତ୍ତନ କରି ଉପଜିଲ୍ଲାପାଳ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲେ। ଲଖନପୁର ବ୍ଲକ୍‌ରେ ଥିବା ବିଭିନ୍ନ ସମସ୍ୟାକୁ ନେଇ ସେ ନିର୍ବାଚନରେ ଅବତୀର୍ଣ୍ଣ ହୋଇଥିବା କହିଛନ୍ତି। ସେହିପରି, ହିନ୍ଦୁସ୍ଥାନ ନିର୍ମାଣ ଦଳ ପକ୍ଷରୁ ବିଜୟ କୁମାର ଜଲାନ ମଧ୍ୟ ତାଙ୍କର ନାମାଙ୍କନ ଦାଖଲ କରିଥିଲେ। ତାଙ୍କ ସହିତ ଦଳର ଅଧ୍ୟକ୍ଷ ରାଜେଶ ଜୀ, ଉପଦେଷ୍ଟା ଭୁବନେଶ୍ବର ଗରଡିଆ, ଗିରିଧାରୀ ବାଗ, ବିକାଶ କୁମାର, ସାମନ୍ତ ସିଂ ପ୍ରମୁଖ ଉପସ୍ଥିତ ଥିଲେ।

ଅପରପକ୍ଷେ, ବିଜେଡି ପକ୍ଷରୁ ଆସନ୍ତାକାଲି ୧୦ ଟାରେ ଅଳକା ମହାନ୍ତି ତାଙ୍କର ପ୍ରାର୍ଥିପତ୍ର ଦାଖଲ କରିବେ। ‌ଦଳର ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ମନ୍ତ୍ରୀ ନବ ଦାସ, ମନ୍ତ୍ରୀ ସୁଶାନ୍ତ ସିଂ, ମନ୍ତ୍ରୀ ନିରଞ୍ଜନ ପୂଜାରୀ, ଦଳୀୟ ପର୍ଯ୍ୟବେକ୍ଷକ ତଥା କଟକ ମେୟର ସୁବାସ ସିଂ, ସହ ପର୍ଯ୍ୟବେକ୍ଷକ ବିଷ୍ଣୁ ପ୍ରସାଦ କେଡ଼ିଆ ପ୍ରମୁଖ ଯୋଗଦେବେ ବୋଲି କୁହାଯାଇଛି। କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲ ଏବଂ ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ମଧ୍ୟ ତାଙ୍କର ପ୍ରାର୍ଥିପତ୍ର ଦାଖଲ କରିବାର କାର୍ଯ୍ୟକ୍ରମ ରହିଛି।

ଏଥିପାଇଁ ଉଭୟଙ୍କ ଦଳ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ଜଣାପଡ଼ିଛି। ବିଜେପି ପ୍ରାର୍ଥିନୀ ରାଧାରାଣୀ ପଣ୍ଡାଙ୍କ ନାମାଙ୍କନ ପତ୍ର ଦାଖଲ ସମ୍ରରେ ରାଜ୍ୟ ସଭାପତି ସମୀର ମହାନ୍ତି, ସାଂସଦ ଜୁଏଲ ଓରାମ, ସୁରେଶ ପୂଜାରୀ, ସଙ୍ଗୀତା ସିଂହଦେଓ, ବିଧାୟକ ଜୟନାରାୟଣ ମିଶ୍ର ପ୍ରମୁଖ ଯୋଗଦେବେ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଂପାଦକ ଟଙ୍କଧର ତ୍ରିପାଠୀ ସୂଚନା ଦେଇଛନ୍ତି।

ଇସ୍ତଫା ପ୍ରତ୍ୟାହାର କଲେ ବିଜେପି ଜିଲ୍ଲା ସଭାପତି
ଝାରସୁଗୁଡ଼ା: ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀଙ୍କ ନାମ ଘୋଷଣାର ଠିକ୍‌ ପରେପରେ ବିଜେପି ଜିଲ୍ଲା ସଭାପତି ମଙ୍ଗଳ ସାହୁ ଇସ୍ତଫା ଦେଇଥିଲେ। ତେବେ, ମଙ୍ଗଳବାର ସେ ତାଙ୍କର ଇସ୍ତଫାପତ୍ର ପ୍ରତ୍ୟାହାର କରିଥିବାନେଇ ଦଳର ରାଜ୍ୟ ସଂପାଦକ ଟଙ୍କଧର ତ୍ରିପାଠୀ ସୂଚନା ଦେଇଛନ୍ତି। ସ୍ଥାନୀୟ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ତ୍ରିପାଠୀ ଏହି ସୂଚନା ଦେଇଥିଲେ। ରାଜ୍ୟ ସଂପାଦକ ରବିନାରାୟଣ ନାୟକ, ଜିଲ୍ଲା ପ୍ରଭାରୀ ବିଧାୟକ ଶଙ୍କର ଓରାମ ଓ ଜିଲ୍ଲା ସଭାପତି ଶ୍ରୀ ସାହୁ ଉପସ୍ଥିତ ଥିଲେ। ଦଳର ରାଜ୍ୟ ସଭାପତି, ସାଂସଦ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହ‌ସ୍ତକ୍ଷେପ ପରେ ଶ୍ରୀ ସାହୁ ପୁନର୍ବାର ସଭାପତି ଭାବରେ ଉପନିର୍ବାଚନ ପରିଚାଳନା କରିବେ ବୋଲି କୁହାଯାଇଛି।

Also Read  ତିନି ଦିନରେ ତିନି ଥର ସୋନିଆ-ପ୍ରଶାନ୍ତ ଭେଟଘାଟ, କ’ଣ କହୁଛନ୍ତି କଂଗ୍ରେସ ନେତା ?

LEAVE A REPLY

Please enter your comment!
Please enter your name here