କିଏ ଜିତିବ ବ୍ରଜରାଜନଗର ବାଜି? ଆରମ୍ଭ ହେଲା ଭୋଟ ଗଣତି, ପୋଷ୍ଟାଲ ବାଲଟ ଗଣତି ପରେ ଚାଲିଛି ଇଭିଏମ୍ କାଉଣ୍ଟିଂ

0
150
Gujarat Assembly Polls; Voting Underway For 89 Seats
Gujarat Assembly Polls; Voting Underway For 89 Seats

ଝାରସୁଗୁଡ଼ା: କିଏ ଜିତିବ ବ୍ରଜରାଜନଗର ବାଜି । ଆସିବ ରାୟ । ବ୍ରଜରାଜନଗର ଉପନିର୍ବାଚନ ଭୋଟ ଗଣତି ଆରମ୍ଭ ହୋଇଛି । ପ୍ରଥମେ ପୋଷ୍ଟାଲ ଗଣତି ଚାଲିଛି। ପ୍ରଥମେ ପୋଷ୍ଟାଲ ବାଲଟ ଗଣତି ପରେ ଏବେ ଚାଲିଛି ଇଭିଏମ କାଉଣ୍ଟିଂ । ମୋଟ ୧୪ଟି ଟେବୁଲରେ ଗଣତି ହେଉଛି । ୨୭୯ ବୁଥର ଭୋଟ୍ ୨୦ ରାଉଣ୍ଡରେ କାଉଣ୍ଟିଂ ହେଉଛି । ପ୍ରତି ଟେବୁଲରେ ଅଛନ୍ତି ୪ ଜଣ କାଉଣ୍ଟିଂ ଅଫିସର । ପ୍ରତି ରାଉଣ୍ଡର ଫଳାଫଳ ମାଇକ ଯୋଗେ ଘୋଷଣା କରାଯିବ ।

ଝାରସୁଗୁଡ଼ା ଇଂଜିନିୟରିଂ ସ୍କୁଲରେ ଗଣତି ବ୍ୟବସ୍ଥା କରାଯାଇଛି। ଉପନିର୍ବାଚନରେ ମତଦାନ ହାର ଥିଲା ୭୧.୯୦ ପ୍ରତିଶତ। ବିଜେଡି ଲଗାତାର ଉପନିର୍ବାଚନ ଜିତି ଚାଲିଛି। ଏଥର ବି ଦଳ ସଫଳ ହେବ କି? ନା ବ୍ରେକ୍‌ ଲଗାଇବାରେ ସଫଳ ହେବେ ବିରୋଧୀ କଂଗ୍ରେସ ଓ ବିଜେପି। ସବୁ ଦଳ ନିଜ ପ୍ରାର୍ଥୀଙ୍କ ବିଜୟ ନେଇ ଆଶାବାଦୀ ।

Also Read  4th Kalinga International Buddhist Conclave inaugurated

LEAVE A REPLY

Please enter your comment!
Please enter your name here