ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାରେ କାଲି ଆସିବ ସୁପ୍ରିମକୋର୍ଟଙ୍କ ରାୟ

0
271
BJP Govt. In Action Mood: Srimandir Opens All Four Gates
BJP Govt. In Action Mood: Srimandir Opens All Four Gates

ନୂଆଦିଲ୍ଲୀ: ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାରେ ସୁପ୍ରିମକୋର୍ଟରେ ରାୟ ସଂରକ୍ଷିତ । ଆସନ୍ତାକାଲି ଆସିବ ରାୟ । ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିଥିଲେ ସୁପ୍ରିମକୋର୍ଟ ଖଣ୍ଡପୀଠ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲା ନେଇ ଓଡ଼ିଶା ହାଇକୋର୍ଟଙ୍କ ଆଦେଶ ଉପରେ ରହିତାଦେଶ ଜାରି କରିବାକୁ ସୁପ୍ରିମକୋର୍ଟରେ ଆବେଦନ ଦାଖଲ ହୋଇଥିଲା । ଏନେଇ ଆଜି ସୁପ୍ରିମକୋର୍ଟଙ୍କ ଏକ ଗ୍ରୀଷ୍ମ ଅବକାଶ ବେଞ୍ଚରେ ଗୁୁରୁତ୍ୱପୂର୍ଣ୍ଣ ଶୁଣାଣି ହୋଇଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାର ନିର୍ମାଣ କାର୍ଯ୍ୟ ଉପରେ ରହିତାଦେଶ ଜାରି କରିବା ପାଇଁ ଆବେଦନକାରୀ ସୁମନ୍ତ କୁମାର ଘଡେଇଙ୍କ ପକ୍ଷରୁ ଆଇନଜୀବୀ ଗୌତମ ଦାସ ଜନସ୍ୱାର୍ଥ ମାମଲା ଦାଖଲ କରିଥିଲେ । ଆଜି ସୁପ୍ରିମକୋର୍ଟରେ ମାମଲାର ଶୁଣାଣି ସରିଥିବା ବେଳେ ରାୟ ସଂରକ୍ଷିତ ରହିଛି ।

ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ଆଇନର ଲଢେଇ ଆରମ୍ଭ ହୋଇଛି । ସୁପ୍ରିମକୋର୍ଟରେ ଦୁଇଟି ଲିଭ ପିଟିସନ ଦାଖଲ କରି ଆବେଦନକାରୀ ଦର୍ଶାଇଥିଲେ ବେଆଇନ ଭାବେ ଓଡିଶା ସରକାର ଶ୍ରୀମନ୍ଦିର ଚାରିପଟେ ଖନନ କରୁଛନ୍ତି ଏବଂ ଏହାଦ୍ୱାରା ମନ୍ଦିର ପ୍ରତି ବିପଦ ରହିଛି । ସେପଟେ ରାଜ୍ୟ ସରକାରଙ୍କ ଓକିଲ ବି ଦର୍ଶାଇଛନ୍ତି ସବୁ କାମ ଆଇନ ଅନୁସାରେ କରାଯାଉଛି ଏବଂ ଭକ୍ତଙ୍କ ସୁବିଧା ପାଇଁ ଏ ସବୁ ହେଉଛି ।

Also Read  ରାଜ୍ୟର ଶତ ପ୍ରତିଶତ ଟିକାକରଣରେ ବାଧକ ସାଜିଛନ୍ତି ପ୍ରବାସୀ

LEAVE A REPLY

Please enter your comment!
Please enter your name here