ରାଜଧାନୀ ଉପକଣ୍ଠରୁ କୋଟିଏ ଟଙ୍କାର ବ୍ରାଉନସୁଗର ଜବତ, ୪ ଗିରଫ

0
126
brownsugar worth one crore seized from uttara

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଉପକଣ୍ଠରୁ ପୁଣି ଜବତ ହୋଇଛି ଧଳାଜହର । ରାଜଧାନୀ ଉପକଣ୍ଠ ଉତ୍ତରା ଛକରୁ ୯୭୮ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ଏହି ମାମଲାରେ ଜଣେ ନାବାଳକ ସମେତ ୪ ଜଣଙ୍କୁ ଗିରଫ କରାଯାଇଛି । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ କୋଟିଏ ଟଙ୍କା ହେବ ବୋଲି କୁହାଯାଉଛି ।

ସୂଚନା ଅନୁସାରେ, ପୁରୀ ଭୁବନେଶ୍ଵର ୩୧୬ ନମ୍ଵର ଜାତୀୟ ରାଜପଥ ଉତ୍ତରା ଛକ ସ୍ଥିତ ରାମ ମନ୍ଦିର କେନାଲ ରୋଡରେ ବ୍ରାଉନସୁଗାର ବେପାର ପାଇଁ ମୁଲଚାଲ ଚାଲିଥିଲା। ଖବର ପାଇ ପିପିଲି ଓ କୌଶଲ୍ୟାଗଙ୍ଗ ପୋଲିସ ମିଳିତ ଭାବରେ ଚଢାଉ କରି ୪ ଜଣକୁ ଗିରଫ କରିଥିଲା । ଏଥିସହ ଜଣେ ନାବାଳକ ଧରାପଡିଥିଲା। ସେମାନଙ୍କ ଠାରୁ ଏକ କୋଟି ଟଙ୍କାର ୯୭୮ ଗ୍ରାମର ବ୍ରାଉନ ସୁଗାର, ନଗଦ ୩ ହଜାର ୫ଶହ ଟଙ୍କା ସହିତ ଗୋଟିଏ ପ୍ଲେଜର ସ୍କୁଟି ଗୋଟିଏ ମେ।ଟର ସାଇକେଲ ଜବତ କରିଛି ପୋଲିସ । ମାଷ୍ଟର ମ।ଇଣ୍ଡ କୁହାଯାଉଥିବା ପିପିଲି ନରସିଂହପୁର ଅଂଚଳର ମୁରାସିଦ ଖାନ ଓରଫ ଜୁମା ଓ ତାର ସହଯୋଗୀ ଇମ୍ରାନ ସା ଓ ଜାବିଦ ସା,ବାଲେଶ୍ଵର ଅଂଚଳର ସେକ ସାଜିଦ ଅଲ୍ଲି ପୋଲିସ ଗିରଫ କରିଥିଲା।

Also Read  Puri Swargadwar land grab issue: Eviction drive initiated by Puri Municipality

LEAVE A REPLY

Please enter your comment!
Please enter your name here