‘ଅଗ୍ନିପଥ’ କୁ ନେଇ ବଡ ଘୋଷଣା: ‘ଅଗ୍ନିବୀର’ଙ୍କୁ ୧୦% ସଂରକ୍ଷଣ ସହ ପ୍ରତିରକ୍ଷା ମନ୍ତ୍ରାଳୟରେ ମିଳିବ ଚାକିରି

0
149
reserve-10-per-cent-of-job-vacancies-in-defence-ministry-for-agniveers

ନୂଆଦିଲ୍ଲୀ: ସେନାରେ ସୈନିକ ନିଯୁକ୍ତି ପାଇଁ ସରକାର ଘୋଷଣା କରିଥିବା ଅଗ୍ନିପଥ ଯୋଜନା ଏବେ ସରକାରଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ଅଗ୍ନିପଥ ଯୋଜନାକୁ ନେଇ ସାରା ଦେଶରେ ପ୍ରବଳ ବିରୋଧ ଭିତରେ ପୁଣି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି କେନ୍ଦ୍ର ସରକାର । ଏହାରି ଭିତରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏକ ବଡ଼ ଘୋଷଣା କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ କାର୍ଯ୍ୟାଳୟ ତରଫରୁ କରାଯାଇଥିବା ଟ୍ଵିଟ୍‌ରେ କୁହାଯାଇଛି, ଯେଉଁ ଯୁବକମାନେ ସେନାରେ ୪ ବର୍ଷ ସେବା ଦେବା ପରେ ବାହାରିବେ, ସେମାନଙ୍କୁ ଆଜୀବନ ଅଗ୍ନିବୀର ରୂପେ ଗ୍ରହଣ କରାଯିବ।

ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ ମୋତେ ଖୁସି ଲାଗୁଛି, ଏହି ଅଗ୍ନିବୀରଙ୍କର ସୈନିକ ସେବା ସମାପ୍ତ ହେବା ପରେ ଅନେକ ସରକାରୀ ବିଭାଗରେ ଚୟନ ପାଇଁ ସେମାନଙ୍କୁ ପ୍ରାଥମିକତା ଦେବାକୁ ଘୋଷଣା କରାଯାଇଛି। ଯଦି ସେମାନେ ଅନ୍ୟ କୌଣସି କାମ କରିବାକୁ ଚାହିଁବେ, ତା’ ହେଲେ ସେମାନଙ୍କୁ ଶସ୍ତା ଦରରେ ଋଣ ସୁବିଧା ମଧ୍ୟ ପ୍ରଦାନ କରାଯିବ।

ରକ୍ଷାମନ୍ତ୍ରୀ ଆହୁରି କହିଛନ୍ତି, ଅଗ୍ନିବୀର ଦେଶର ସୈନ୍ୟବାହିନୀରେ କେବଳ ନୂତନ ନିଯୁକ୍ତି ଆଣିବାର ନାମ ନୁହେଁ, ବରଂ ସେମାନଙ୍କୁ ବି ସେହି କ୍ୱାଲିଟି ଟ୍ରେନିଙ୍ଗ୍‌ ଦିଆଯିବ, ଯାହା ଆଜି ସେନାର ଯବାନମାନଙ୍କୁ ମିଳୁଛି। ଟ୍ରେନିଙ୍ଗ୍‌ ସମୟ ଛୋଟ ହୋଇପାରେ, କିନ୍ତୁ କ୍ୱାଲିଟିରେ କୌଣସି ପ୍ରକାର ସାଲିସ୍‌ ହେବନାହିଁ।

ଏହା ପୂର୍ବରୁ ଗୃହ ମନ୍ତ୍ରଣାଳୟ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (ସିଏପିଏଫ୍) ଏବଂ ଆସାମ ରାଇଫଲ୍ସରେ ‘ଅଗ୍ନିବୀର’ଙ୍କୁ ୧୦% ସଂରକ୍ଷଣ ଦେବାକୁ ଘୋଷଣା କରିଥିଲା | ଅଗ୍ନିପଥ ଯୋଜନାରେ ଚାରି ବର୍ଷର କାର୍ଯ୍ୟକାଳ ପରେ ଅଗ୍ନିବୀର ମାନଙ୍କୁ ସିଏପିଏଫ୍ ଓ ଆସାମ ରାଇଫଲ୍ସରେ ନିଯୁକ୍ତି ମିଳିବ । ଏହା ସହିତ ପ୍ରାର୍ଥୀଙ୍କ ବୟସ ସୀମା ମଧ୍ୟ କୋହଳ କରିବାକୁ ନିଷ୍ପତ୍ତି ନିଆଯାଇଛି | ଗୃହମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୋସିଆଲ ମିଡିଆରେ ଏ ସମ୍ପର୍କରେ ସୂଚନା ଦେଇଛି ।

Also Read  ଉଦ୍ଧବ ଠାକରେଙ୍କ ବିରୋଧରେ ଇଡି ଯାଞ୍ଚ ଦାବି, ହାଇକୋର୍ଟରେ ପିଟିସନ୍ ଦାଖଲ

LEAVE A REPLY

Please enter your comment!
Please enter your name here