‘ଅଭିଯୁକ୍ତ କିମ୍ବା ଅପରାଧୀଙ୍କ ସମ୍ପତ୍ତି ଉପରେ ବୁଲଡଜୋର ନବୁଲୁ’

0
178
SC issue-notice-to-uttar-pradesh-government on-bulldozer-drive

ନୂଆଦିଲ୍ଲୀ: ହିଂସା ଭଳି ଅପରାଧିକ ମାମଲାରେ ଜଡିତ ଥିବା କିମ୍ବା ସନ୍ଦେହରେ ଥିବା ବ୍ୟକ୍ତିଙ୍କ ଘର କିମ୍ବା ସମ୍ପତ୍ତି ଉପରେ ବୁଲଡୋଜର ନବୁଲୁ। ଏପରି ଅପରେସନ ବିରୋଧରେ ଜାମିଆତ ଉଲାମା-ଇ-ହିନ୍ଦ ସୁପ୍ରିମକୋର୍ଟରେ ଏକ ଆବେଦନ କରିଛି। ଏହି ଆବେଦନରେ ବୁଲଡୋଜରର ବ୍ୟବହାର ଅପରାଧ ରୋକିବା ଉଦ୍ଦେଶ୍ୟରେ ସଂଖ୍ୟାଲଘୁ ସମ୍ପ୍ରଦାୟ, ବିଶେଷକରି ମୁସଲମାନମାନଙ୍କୁ ଟାର୍ଗେଟ କରିବା ପାଇଁ ଏକ ଷଡଯନ୍ତ୍ର ବୋଲି କୁହାଯାଇଛି। ଜାମିଆତ୍ ଉଲାମା-ଇ-ହିନ୍ଦ ମୌଲାନାର ସଭାପତି ଅର୍ଶଦ ମଦାନୀ କହିଛନ୍ତି ଯେ କୋର୍ଟଙ୍କ ଅନୁମତି ବିନା କାହାର ଘର କିମ୍ବା ଦୋକାନ ନ ଭାଙ୍ଗିବାକୁ ରାଜ୍ୟକୁ ନିର୍ଦ୍ଦେଶ ଦିଆଯାଉ।

ଉତ୍ତରପ୍ରଦେଶରେ ବୁଲଡୋଜର ରାଜନୀତି ଚାଲିଛି, ଏବେ ଏହା ଗୁଜୁରାଟ ଏବଂ ମଧ୍ୟପ୍ରଦେଶକୁ ମଧ୍ୟ ଲମ୍ବିଛି । ମଧ୍ୟପ୍ରଦେଶର ଖାର୍ଗୋନ ସହରରେ ରାମ ନବମୀ ଅବସରରେ ଏକ ଶୋଭାଯାତ୍ରାରେ ଉତ୍ତେଜନାମୂଳକ ନାରାବାଜି ଦେବାରୁ ହିଂସା ହୋଇଥିଲା । ଏବଂ ପରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ମୁସଲମାନମାନଙ୍କ ଘର ଓ ଦୋକାନ ଭାଙ୍ଗି ଦିଆଯାଇଥିଲା। ଏପରି କରି ମଧ୍ୟପ୍ରଦେଶ ସରକାର ନିଷ୍ଠୁର କାର୍ଯ୍ୟକୁ ସୁରକ୍ଷା କରୁଛନ୍ତି ବୋଲି ସେ କହିଛନ୍ତି। ଆବେଦନରେ କେନ୍ଦ୍ର ସରକାର ତଥା ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଏବଂ ଗୁଜୁରାଟର ନାମ ରହିଛି ଯେଉଁଠାରେ ନିକଟ ଅତୀତରେ ମୁସଲମାନମାନଙ୍କୁ ଟାର୍ଗେଟ କରାଯାଇଥିଲା ବୋଲି ଆବେଦନରେ କୁହାଯାଇଛି।

ଉଲ୍ଲେଖଯୋଗ୍ୟ, ବେଆଇନ୍ ସମ୍ପତ୍ତି ଠୁଳ କରିଥିଲେ କିମ୍ବା ଆଇନ୍ ଉଲ୍ଲଂଘନ କରିଥିଲେ ସଂପୃକ୍ତ ବ୍ୟକ୍ତିର ଘର କିମ୍ବା ଅନ୍ୟାନ୍ୟ ବ୍ୟବସାୟିକ ପ୍ରତିଷ୍ଠାନରେ ଯୋଗୀ ସରକାର ବୁଲଡୋଜର ଚଳାଉଛନ୍ତି। ଏପରି କରି ସେ ବୁଲଡୁଜର ବାବାର ଆଖ୍ୟା ପାଇଛନ୍ତି । ଅନ୍ତିମ ୟୁପି ବିଧାନସଭା ନିର୍ବାଚନରେ ବୁଲଡୁଜର ଚଳାଇ ଆଇନ ଶୃଙ୍ଖଳାକୁ ତାଙ୍କ ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି କହିଥିଲେ। ତେଣୁ ବୁଲଡୋଜର ବୁଲୁଛି ଅପରାଧୀ ଏବଂ ବେଆଇନ କାର୍ଯ୍ୟରେ ଲିପ୍ତ ଥିବା ବ୍ୟକ୍ତି ସାବଧାନ ରହିବା ଦରକାର ବୋଲି ସେ କହିଥିଲେ। ପରେ ପରେ ଏପରି ବୁଲଡଜର ନୀତିକୁ ଅନେକ ବିଜେପି ଶାସିତ ରାଜ୍ୟ ଆପଣେଇଛନ୍ତି।

Also Read  ନିର୍ଦ୍ୱନ୍ଦ୍ୱରେ ବାଚସ୍ପତି ଭାବେ ନିର୍ବାଚିତ ହେଲେ ବିକ୍ରମ କେଶରୀ ଆରୁଖ

LEAVE A REPLY

Please enter your comment!
Please enter your name here