ଘାଟି ତଳକୁ ଖସିଲା ଯାତ୍ରୀବାହୀ ବସ୍, ସ୍କୁଲ ପିଲାଙ୍କ ସମେତ ୧୬ଜଣଙ୍କ ମୃତ୍ୟୁ

0
399
bus accident in himachal pradesh 16-people-including-school-children-died

ହିମାଚଳପ୍ରଦେଶ: ହିମାଚଳପ୍ରଦେଶର କୁଲ୍ଲୁରେ ବଡ଼ ଧରଣର ବସ୍ ଦୁର୍ଘଟଣା । ଗୋଟିଏ ଯାତ୍ରୀବାହୀ ଘରୋଇ ବସ୍‌ ଘାଟି ତଳକୁ ଖସି ପଡ଼ିବାରୁ ୧୬ ଜଣଙ୍କ ଜୀବନ ଯାଇଛି। ମୃତକଙ୍କ ମଧ୍ୟରେ କିଛି ସ୍କୁଲ ପିଲା ମଧ୍ୟ ରହିଛନ୍ତି। ୨୦ରୁ ଅଧିକ ଲୋକ ଘଟଣାରେ ଗୁରୁତର ଆହତ ହୋଇଥିବାରୁ ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଛାତ୍ରଛାତ୍ରୀ ମାନେ ବସରେ ସ୍କୁଲ ଯାଉଥିବା ବେଳେ ଏଭଳି ଦୁର୍ଘଟଣା ହୋଇଛି ।

ମିଳିଥିବା ସୂଚନା ମୁତାବକ, ଏହି ବସଟି ସେଞ୍ଚ ଘାଟିର ଶେନସରରୁ ସେଞ୍ଚକୁ ଆସୁଥିଲା । କିନ୍ତୁ ସେଞ୍ଚରେ ପହଞ୍ଚିବା ପୂର୍ବରୁ ହିଁ ଜଙ୍ଗଲା ଠାରେ ନିୟନ୍ତ୍ରଣ ହରାଇ ଘାଟି ତଳକୁ ଖସି ପଡିଥିଲା ବସ୍ । ଏହି ବସରେ ସ୍ଥାନୀୟ ଲୋକଙ୍କ ସମେତ କିଛି ସ୍କୁଲ ଛାତ୍ରଛାତ୍ରୀ ରହିଥିଲେ । ଆଉ ବସଟି ଛାତ୍ରଛାତ୍ରୀଙ୍କୁ ଛାଡିବାକୁ ସ୍କୁଲ ଯାଉଥିଲା । ଘାଟି ତଳକୁ ଖସିବା ପରେ ବସଟି ଭାଙ୍ଗି ଚୁରମାର ହୋଇଯାଇଛି । ପୋଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳର ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ବେଳେ ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ପଠାଇଛନ୍ତି ।

Also Read  At 91, eight-time matronly Congress legislator battles on tirelessly