ବିଧାନସଭାରେ ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା ତାତି: ବାଚସ୍ପତିଙ୍କ ପୋଡିୟମ୍ ତଳେ ବିରୋଧୀଙ୍କ ହୋହଲ୍ଲା

0
145
house-adjourned-due-to-oppositions-hohalla-on-ruchika-suicide-iisue

ଭୁବନେଶ୍ୱର: ବିଧାନସଭା ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନ ଆରମ୍ଭରୁ ବିରୋଧୀ ସଦସ୍ୟଙ୍କ ନାରାବାଜି । ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା ପ୍ରସଙ୍ଗରେ ଗୃହରେ ହଟ୍ଟଗୋଳ କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ ବିଧାୟକ । ନାରାବାଜି ଯୋଗୁଁ ବାଧାପ୍ରାପ୍ତ ହୋଇଛି ପ୍ରଶ୍ନକାଳ ।

ଅନ୍ୟପଟେ ଝିଅ ରୁଚିକାକୁ ନ୍ୟାୟ ଦାବିରେ ଧାରଣାରେ ବସିଛନ୍ତି ପରିବାର । ଗତକାଲିଠାରୁ ବିଭିନ୍ନ ଛାତ୍ର ସଂଗଠନ ସହ ଧାରଣରେ ବସିଛନ୍ତି ରୁଚିକାଙ୍କ ମାଆ । ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ବିଜେବି କଲେଜ ଗେଟ୍ ସମ୍ମୁଖରେ କିଛି ଛାତ୍ର ସଙ୍ଗଠନ ଧାରଣା ଦେଇଛନ୍ତି । ରୁଚିକାଙ୍କୁ ନ୍ୟାୟ ଓ ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ରୁଚିକାଙ୍କ ଆତ୍ମହତ୍ୟା ପାଇଁ କଲେଜ କର୍ତୃପକ୍ଷ ଓ ହଷ୍ଟେଲ ସୁପରିଟେଣ୍ଡଂଟଙ୍କ ଅବହେଳାକୁ ଦାୟୀ କରିଛନ୍ତି ଛାତ୍ର ସଂଗଠନ । ଦୋଷୀଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ହେଉ ନାହିଁ । ରୁଚିକା ମହାନ୍ତିଙ୍କୁ ନ୍ୟାୟ ନମିଳିବା ଯାଏଁ ଲଢେଇ ଜାରି ରହିବ ବୋଲି ଚେତେଇ ଦେଇଛନ୍ତି ଆନ୍ଦୋଳନକାରୀ ।

Also Read  Groundwater level decreases by 6.71% in Odisha: minister

LEAVE A REPLY

Please enter your comment!
Please enter your name here