ଆଜି ପ୍ରକାଶ ପାଇବ ସିବିଏସଇ ଦଶମ ଏବଂ ଦ୍ୱାଦଶ ପରୀକ୍ଷା ଫଳ

0
266
CBSE Results 2025, May Be Declared Soon
CBSE Results 2025, May Be Declared Soon

ଭୁବନେଶ୍ୱର: ଆଜି CBSE ପରୀକ୍ଷାଫଳ ପ୍ରକାଶ ପାଇବ । ସିବିଏସଇ ପକ୍ଷରୁ ଆଜି ପ୍ରକାଶ ପାଇବ ଦଶମ ଏବଂ ଦ୍ୱାଦଶ ପରୀକ୍ଷା ଫଳ । ସକାଳ ୯ଟାରେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇବ । ଅପରାହ୍ନ ୨ଟାରେ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇବ । ଛାତ୍ରଛାତ୍ରମାନେ ସିବିଏସଇ ଅଫିସିଆଲ ୱେବସାଇଟରେ ପରୀକ୍ଷା ଫଳ ସଂପର୍କୀତ ସୂଚନା ମିଳିବ । ଚଳିତବର୍ଷ ୨୧ ଲକ୍ଷ ୧୬ ହଜାର ୨୯୦ ଜଣ ଛାତ୍ରଛାତ୍ରୀ ଦଶମ ଓ ୧୪ ଲକ୍ଷ ୫୪ ହଜାର ୩୭୦ ଜଣ ଦ୍ୱାଦଶ ପରୀକ୍ଷା ଦେଇଥିଲେ ।ପିଲାଙ୍କ ପରୀକ୍ଷା ଫଳ www.cbse,gov.1n ୱେବସାଇଟ ସହ ଛାତ୍ରଛାତ୍ରୀଙ୍କ ଡିଜିଲକରରେ ମଧ୍ୟ ଉପଲବ୍ଧ ହେବ । ଛାତ୍ରଛାତ୍ରୀ ସେମାନଙ୍କ ଆଇଡି କାର୍ଡ ଓ ପାସୱାର୍ଡ ଜରିଆରେ ଲଗଇନ୍ କରି ରେଜଲ୍ଟ ପାଇ ପାରିବେ ।

Also Read  ମନ୍ଦିର ଶୋଭାଯାତ୍ରାରେ ଅଘଟଣ: ବିଦ୍ୟୁତ୍‌ ତାରରେ ରଥ ଲାଗିଯିବାରୁ ୧୧ ଜଣଙ୍କ ମୃତ୍ଯୁ