ଭୁବନେଶ୍ୱର: ଜୁଲାଇ ୨୮ରେ ମହାବଳୀପୁରମରେ ହେବାକୁ ଥିବା ୪୪ ତମ ଚେସ ଅଲିମ୍ପିଆଡ ପାଇଁ ମଶାଲ ପହଞ୍ଚିଛି ରାଜଧାନୀ ଭୁବନେଶ୍ୱରରେ । ରାଜ୍ୟ କ୍ରୀଡା ବିଭାଗ ଓ ଓଡ଼ିଶା ଚେସ ଆସୋସିଏସନର କର୍ମକର୍ତ୍ତାମାନେ ବିମାନବନ୍ଦରରେ ମଶାଲକୁ ସ୍ୱାଗତ କରିଛନ୍ତି । ଲୋକସେବା ଭବନରେ ଚେସ୍ ଅଲିମ୍ପିଆଡର ମଶାଲକୁ ସ୍ୱାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ଲୋକସେବା ଭବନରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବୋଧନ ଦେଇଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ କି ଚେସର ଉତ୍ପତି ସ୍ଥଳ ଭାରତ ।
ଆଜି ସକାଳୁ ଦିଲ୍ଲୀରୁ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରେ ମଶାଲକୁ ସ୍ୱାଗତ କରାଯାଇଥିଲା । ବିରାଟ ଶୋଭାଯାତ୍ରାରେ ବାହାରି ରାଜ୍ୟ ଅତିଥି ଭବନ, ପରେ ଲୋକ ସେବା ଭବନ ପହଞ୍ଚିଥିଲେ । ଆସନ୍ତା ୨୮ରୁ ତାମିଲନାଡୁ ମହାବଲ୍ଲିପୁରମରେ ହେବ ପ୍ରତିଯୋଗିତା । ଚେସ୍ ଅଲମ୍ପିଆଡରେ ୧୮୮ଟି ଦେଶ ଭାଗ ନେବେ । ଏହି ମେଗା ଇଭେଣ୍ଟରେ ପଦ୍ମିନୀ ରାଉତଙ୍କ ସମେତ ଓଡ଼ିଶାରୁ ୬ଜଣ ଅଂଶଗ୍ରହଣ କରିଛନ୍ତି ।