ନାରାୟଣପାଟଣା ବ୍ଲକ ନାଡିମି ଇଟିକି ଗାଁରେ ଅଘଟଣ; ବିରୁଡ଼ି ଆକ୍ରମଣରେ ଶିଶୁପୁତ୍ର ମୃତ, ମା’ଝିଅ ଗୁରୁତର

0
386
Elderly Man Dies, Grandson Injured In Bee Attack In Odisha
Elderly Man Dies, Grandson Injured In Bee Attack In Odisha

ନାରାୟଣପାଟଣା: ବିରୁଡ଼ି ଆକ୍ରମଣରେ ଶିଶୁପୁତ୍ର ମୃତ । ଏପରି ଦୁଃଖଦ ଘଟଣା ଘଟିଛି କୋରାପୁଟ ଜିଲ୍ଲାର ନାରାୟଣପାଟଣା ବ୍ଲକ ଅନ୍ତର୍ଗତ ନାଡିମି ଇଟିକି ଗାଁରେ। ଶିଶୁକୁ ରକ୍ଷା କରିବାକୁ ଯାଇ ମା’ ଓ ଭଉଣୀ ମଧ୍ୟ ଆହତ ହୋଇଛନ୍ତି । ସୂଚନା ଅନୁସାରେ, ଘରେ ଖେଳୁଥିବା ବେଳେ ଦୁଇ ଶିଶୁଙ୍କୁ ଗୋଡ଼ାଇ ଗୋଡ଼ାଇ କାମୁଡ଼ିଲେ ବିରୁଡ଼ି। ଛୁଆଙ୍କୁ ରକ୍ଷା କରିବା ପାଇଁ ଆସିଥିବା ମା’କୁ ବି ଛାଡ଼ିନଥିଲେ ବିରୁଡି। ଶେଷରେ ବିରୁଡି ଆକ୍ରମଣରେ ଶିଶୁପୁତ୍ରର ମୃତ୍ୟୁ ଘଟିଥିବା ବେଳେ ତା’ ମା’ ଓ ଭଉଣୀ ଆହତ ହୋଇଛନ୍ତି।

ମୃତ ଶିଶୁର ନାଁ ବାବୁଲା ପିଡ଼ିକା (୩ ବର୍ଷ)। ଆହତ ବାବୁଲାଙ୍କ ମା’ଙ୍କ ମାଲେ ପିଡ଼ିକା ଓ ଭଉଣୀ ବାରାଲୁ ପିଡ଼ିକା (୪ବର୍ଷ)ଙ୍କୁ ନାରାୟଣପାଟଣା ମେଡିକାଲରେ ଭର୍ତ୍ତି କରାଯାଇଛି। ବିରୁଡ଼ି ଆକ୍ରମଣରେ ଆହତଙ୍କୁ ପରିବାର ଲୋକେ ନାରାୟଣପାଟଣା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଶିଶୁପୁତ୍ର ବାବୁଲାର ମୃତ୍ୟୁ ଘଟିଥିଲା। ଅନ୍ୟପକ୍ଷରେ ଚିକିତ୍ସା ପରେ ମା’ଝିଅଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି।

Also Read  State Govt seeks more time from Orissa High Court on pre-RERA apartment registration