କଟକ: ଭିଜିଲାନ୍ସ ଜାଲରେ କଟକ ସିଟି ଆଣ୍ଡ ଜିଏସଟିର ଅତିରିକ୍ତ କମିଶନର ପୀୟୁଷକାନ୍ତ ପାଣି । ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଏକକାଳୀନ ୭ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ । ରେଡ ବେଳେ କୋଟି କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ଟଙ୍କାର ସମ୍ପତ୍ତି ଠାବ ହୋଇଛି । ଏଥିମଧ୍ୟରେ ରହିଛି ଭୁବନେଶ୍ୱରରେ ୭ଟି ପ୍ଲଟ । ଏହାର ମୂଲ୍ୟ ପ୍ରାୟ କୋଟି କୋଟି ଟଙ୍କା ହେବ । ଜମି ଦଲିଲ ଅନୁସାରେ ଏହାର ଆନୁମାନିକ ମୂଲ୍ୟ ୩ କୋଟି ୭୦ ଲକ୍ଷ ଟଙ୍କା ହେବ । ଅଣ୍ଡର ଭାଲ୍ୟୁଏସନ୍ କରି ଜମି କିଣିିଥିବା ଅନୁମାନ କରାଯାଉଛି । ଭୁବନେଶ୍ୱର ଚକେଇସିଆଣିରେ ୩ ମହଲା କୋଠା ଥିବା ଚଢାଉ ବେଳେ ଜଣାପଡିଛି ।
ଯାଜପୁର ଜିଲ୍ଲା ଚୋର୍ଦ୍ଦା ଛକରେ ୩ଟି ତିନି ମହଲା ଓ ଗୋଟିଏ ଏକ ମହଲା କୋଠା ରହିଛି । ଭୁବନେଶ୍ୱର ଅନ୍ଧାରୁଆରେ ଫାର୍ମ ହାଉସ୍ ସହ ଆଉଟ୍ ହାଉସ୍ ଅଛି । ଭୁବନେଶ୍ୱର ଚକେଇସିହାଣିରେ ଗ୍ୟାରେଜ ସହ ଏକ ମହଲା ଘର ଅଛି । ପୀୟୂଷଙ୍କର ସ୍କୋଡା ସହ ୬ଟି ଦାମୀ କାର୍ ଓ ଏକାଧିକ ବାଇକ୍ ଠାବ ହୋଇଛି । ୫୩ ଲକ୍ଷ ୬୩ ହଜାର ଟଙ୍କାର ବ୍ୟାଙ୍କ ଓ ବୀମା ଡିପୋଜିଟ୍ ଅଛି । ୮୩୯ ଗ୍ରାମର ସୁନା ଗହଣା ଠାବ କରିଛି ଭିଜିଲାନ୍ସ । ପୀୟୂଷଙ୍କର ସମ୍ପତ୍ତିର ଆକଳନ କରୁଛି ଭିଜିଲାନ୍ସର ଟେକ୍ନିକାଲ୍ ଟିମ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ତାଙ୍କ ଘର, ଅଫ୍ସ ସମେତ ବିଭିନ୍ନ ସ୍ଥାନରେ ରେଡ୍ କରିଛି ଭିଜିଲାନ୍ସ । ବ୍ୟାସନଗର, କଟକ, ଭୁବନେଶ୍ୱର ସମେତ ଏକକାଳୀନ ୬ଟି ସ୍ଥାନରେ ରେଡ୍ ହୋଇଛି । ଚଢାଉରେ ଭିଜିଲାନ୍ସର ୫ଜଣ DSP ଓ ୧୧ ଜଣ ଇନିସପେକ୍ଟର ସାମିଲ ହୋଇଛନ୍ତି ।