ଚୀନରେ ପୁଣି ଏକ ନୂଆ ଭୂତାଣୁ

0
351

ବେଜିଂ: କରୋନା ଭାଇରାସ ପରେ ଚୀନରେ ପୁଣି ଏକ ନୂଆ ଭୂତାଣୁର ଭୟ। ନୂଆ ଭାଇରସ ପ୍ରକୋପର ଆଶଂକା ଭିତରେ ୯୦ ଲକ୍ଷରୁ ଅଧିକ ଜନସଂଖ୍ୟା ଥିବା ଚୀନରେ ସହରରେ ଲକଡାଉନ ଜାରି କରାଯାଇଛି। କରୋନା ଭାଇରସ ଯେପରି ଚୀନରୁ ଆରମ୍ଭ ହୋଇ ଦେଖୁ ଦେଖୁ ସାରା ବିଶ୍ୱରେ ବ୍ୟାପିଗଲା ତାହାକୁ ନଜରରେ ରଖି ଏବେ ଭାଇରସର ନୂଆ ପ୍ରକୋପକୁ ନେଇ ଲୋକଙ୍କ ମଧ୍ୟରେ ଭୟ ଏବଂ ଆଶଙ୍କା ସୃଷ୍ଟି ହୋଇଛି।

ଚୀନର ଚାଙ୍ଗଚୁନର ଉତ୍ତର-ପୂର୍ବ ବାଣିଜ୍ୟିକ କେନ୍ଦ୍ରରେ ଲକଡାଉନ ଲାଗୁ କରାଯାଇଛି। ଏଠାକାର ଜନସଂଖ୍ୟା ପ୍ରାୟ ୯୦ ଲକ୍ଷ। ନୂଆ ଭାଇରାସର ବ୍ୟାପିବା ପରେ ଏଠାରେ ଲକଡାଉନ ଲାଗୁ କରାଯାଇଛି । ଅତ୍ୟାବଶକୀୟ ସେବାକୁ ଛାଡି ଅନ୍ୟ ସବୁ ବନ୍ଦ କରାଯାଇଛି । ଅନ୍ୟ ସହର ସହ ଯୋଗଯୋଗ ବନ୍ଦ କରାଯାଇଛି। ଚୀନରେ ଶୁକ୍ରବାର ଏହି ନୂଆ ଭାଇରସର ୩୯୭ଟି ମାମଲା ସାମ୍ନାକୁ ଆସିଛି।

Also Read  ୮ ବର୍ଷର ନାବାଳିକାକୁ ଗଣ ଦୁଷ୍କର୍ମ ପରେ ଆଖି ତାଡି ହତ୍ୟା

LEAVE A REPLY

Please enter your comment!
Please enter your name here