ନୂଆପଡ଼ା ଜିଲ୍ଲାରେ ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବା କାର୍ଯ୍ୟକ୍ରମ

0
410
cm-air-healthsevice-programme-starts-at-nuapada-district

ନୂଆପଡ଼ା: ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବା ଯୋଜନା ନୂଆପଡ଼ାରେ ଆରମ୍ଭ ହୋଇଛି। ଶୁକ୍ରବାର ୭ ଜଣ ସୁପର ସ୍ପେସାଲିଷ୍ଟ ଡାକ୍ତର ନୂଆପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ପହଞ୍ଚି‌ଛନ୍ତି। ଏହି ଡାକ୍ତର ଟିମରେ କାର୍ଡିଓଲୋଜି‌ ବିଭାଗର ଡାକ୍ତର ଡାକ୍ତର ଦୀପକ ରଞ୍ଜନ ଦାସ, ଆନିସ୍ଥସିଆଲୋଜି ଡା. ଦେବାଶିଷ ସ୍ବାଇ, ନ୍ୟୁରୋଲୋଜି ବିଭାଗର ଡା, କାଳିପ୍ରସନ୍ନ ସ୍ବାଇଁ, ଗ୍ୟାଷ୍ଟ୍ରଏନଟ୍ରେଲୋଜି ବିଭାଗର ଡା. ପ୍ରଶାନ୍ତ କୁମାର ପରିଡ଼ା, ନେଫ୍ରୋଲୋଜି ବିଭାଗର ଡାକ୍ତର ଶରତ କୁମାର ପରିଡ଼ା, ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ବିମାନରେ ନୂଆପଡ଼ା ଗୌତମା ବିମାନଘାଟିରେ ଆଜି ପୂର୍ବାହ୍ନ ୮ଟା୫୦ ରେ ନୂଆପଡ଼ାରେ ପହଞ୍ଚିଛନ୍ତି। ଏମାନେ ୮ଓ ୯ ତାରିଖ ଦ୍ବଇ ଦିନ ନୂଆପଡ଼ା ଡାକ୍ତରଖାନାରେ ୧୭୫ ଜଣ ରୋଗୀଙ୍କ ଚିକିତ୍ସା କରି ଫେରିଯିବାର କାର୍ଯ୍ୟକ୍ରମ ରହିଛି।

ସୂଚନାଯୋଗ୍ୟ, ରାଜ୍ୟର ଆଦିବାସୀବହୁଳ ୪ଟି ଜିଲ୍ଲାରେ ଉନ୍ନତମାନର ଚିକିତ୍ସା ସୁବିଧା ଯୋଗାଇବା ପାଇଁ ‘ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବା’ ଯୋଜନାର ଶୁଭାରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତବର୍ଷ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏହାର ଶୁଭାରମ୍ଭ କରିଥିଲେ। ରାଜ୍ୟର ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲାରେ ‘ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବା’ କାର୍ଯ୍ୟ କରିବ। ବିଭିନ୍ନ ମେଡିକାଲ କଲେଜ ଓ କର୍ପୋରେଟ୍‌ ହସ୍ପିଟାଲର ଦକ୍ଷ ଓ ବିଶିଷ୍ଟ ଡାକ୍ତରମାନେ ପୂର୍ବ ଧାର୍ଯ୍ୟ ସୂଚୀ ଅନୁସାରେ ଏହି ୪ ଜିଲ୍ଲାରେ ରୋଗୀଙ୍କୁ ଚିକିତ୍ସା କରିବେ। ହୃଦ୍‌ରୋଗୀ, ସ୍ନାୟୁରୋଗୀ, କିଡ୍‌ନି ଓ ମୂତ୍ରାଶୟ ରୋଗୀଙ୍କ ଭଳି ସୁପର ସ୍ପେଶାଲିଟି ସେବା ଆବଶ୍ୟକ କରୁଥିବା ରୋଗୀଙ୍କ ପରୀକ୍ଷା ସହିତ ଚିକିତ୍ସା ସୁବିଧା ମିଳିବ। ଏଥିପାଇଁ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର କରିବେ ବୋଲି ସ୍ପଷ୍ଟ କରାଯାଇଛି।

Also Read  ହାଇଦ୍ରାବାଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ; ତାଙ୍କୁ ନ ଭେଟିବା ପାଇଁ ବେଙ୍ଗାଲୁରୁ ବାହାରିଛନ୍ତି ମୁଖ୍ୟମନ୍ତ୍ରୀ କେସିଆର୍‌