ଜଗାର ଖେଳ, ବାତ୍ୟା ‘ଜୱାଦ’ ଦୁର୍ବଳ : ପବନ କମ, ବର୍ଷା ବେଶୀ

0
744
ଜଗାର ଖେଳ, ବାତ୍ୟା ‘ଜୱାଦ’ ଦୁର୍ବଳ
ଜଗାର ଖେଳ, ବାତ୍ୟା ‘ଜୱାଦ’ ଦୁର୍ବଳ

ବାତ୍ୟା ‘ଜୱାଦ’ ସ୍ଥଳଭାଗ ମୁହାଁ ହେଉଥିଲେ ହେଁ କ୍ରମଶଃ ଦୁର୍ବଳ ହେବାରେ ଲାଗିଛି । ତାହା ରବିବାର ସନ୍ଧ୍ୟା ସୁଦ୍ଧା ସମ୍ପୂର୍ଣ ଦୁର୍ବଳ ହୋଇଯିବ । ତେବେ  ଏସବୁ ସମ୍ଭବ ହେଲା କିପରି? ଜଗା କିଛି ଖେଳ କଲା କି?

ଶ୍ରୀକ୍ଷେତ୍ରର ନୀଳଗିରିରେ ବିଜେ କରିଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରଚ୍ଛନ୍ନ ହାତ ଯୋଗୁଁ ଭୟଙ୍କର ରୂପ ନେଇ ଆସୁଥିବା ବାତ୍ୟା “ଜୱାଦ” ସମୁଦ୍ରରେ ଲୀନ ହୋଇ ଯାଉଛି ବୋଲି ଭକ୍ତଙ୍କ ମହଲରେ ଖୁବ ଚର୍ଚ୍ଚା ହେଉଛି । ଏହାକୁ ନେଇ ଜଗନ୍ନାଥଙ୍କ ଏକ “କାର୍ଟୁନ” ଭାଇରଲ ହୋଇଛି । ମହାପ୍ରଭୁ ସମୁଦ୍ର ତଟରେ କୁନି ଭକ୍ତ ସହ ଛିଡ଼ା ହୋଇ ବାତ୍ୟା ଜୱାଦକୁ ହାତ ଦେଖାଇ ରୋକୋ ଥିବାର ଦେଖାଯାଇଛି ।

JAWAD10

ରବିବାର ମଧ୍ୟାହ୍ନ ସୁଦ୍ଧା ପୁରୀ ନିକଟରେ ବାତ୍ୟା ସ୍ଥଳଭାଗ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ସ୍ପଷ୍ଟ କରିଛି ।  ବାତ୍ୟା ଏବେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରୁ ଘଣ୍ଟା ପ୍ରତି ୪ କିମି ବେଗରେ ଉତର-ଉତରପଶ୍ଚିମ ଦିଗରେ ଗତି କରୁଛି । ସ୍ଥଳଭାଗ ଛୁଇଁବା ବେଳକୁ ଦୁର୍ବଳ ହୋଇସାରିଥିବ ।

ଶନିବାର IMD ମହାନିର୍ଦ୍ଧେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ, ‘ଜୱାଦ’ ଆନ୍ଧ୍ରପ୍ରଦେଶ ବିଶାଖାପାଟଣାଠାରୁ ଦକ୍ଷିଣପୂର୍ବ ଦିଗର ୨୩୦ କିମି ଦୂରରେ ରହିଥିବା ବେଳେ  ଗୋପାଳପୁରଠାରୁ ଦକ୍ଷିଣରେ  ୩୪୦ କିଲୋମିଟରରେ ଏବଂ  ପୁରୀଠାରୁ  ୪୧୦ କିଲୋମିଟର ଦୂର ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗରେ ରହିଛି । ପାରାଦୀପଠାରୁ ବି ଏହା ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗରେ ୪୯୦ କିମି ଦୂରରେ ଥିବା ଜଣାପଡିଛି ।

Also Read  କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ଖୁସି ଖବର