ହାସ୍ୟାଭିନେତା କପିଲ ଶର୍ମାଙ୍କ ବିରୋଧରେ ମାମଲା ରୁଜୁ

0
133

ନୂଆଦିଲ୍ଲୀ: ୨୦୧୫ ମସିହାରେ ଆମେରିକାରେ ଏକ ଚୁକ୍ତି ଉଲ୍ଲଂଘନ କରିଥିବା ଅଭିଯୋଗରେ ହାସ୍ୟାଭିନେତା କପିଲ ଶର୍ମାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। କପିଲଙ୍କୁ ସାଇ ୟୁଏସଏ କମ୍ପାନି ୬ଟି ସୋ’ ପାଇଁ ଅର୍ଥ ଦେଇଥିଲା। କିନ୍ତୁ ସେ ୫ଟି ସୋ’ କରିଥିଲେ। ତେବେ ଏବାବଦରେ କମ୍ପାନି ସହିଥିବା କ୍ଷତି ବାବଦ ଅର୍ଥ ସେ ଭରଣା କରିବେ ବୋଲି କହିଥିଲେ। କିନ୍ତୁ କମ୍ପାନି ପକ୍ଷରୁ ତାଙ୍କୁ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଏହାକୁ ଶୁଣି ନଥିଲେ। ସାଇ ୟୁଏସଏ କମ୍ପାନି ନ୍ୟୁଜର୍ସିରେ ଅବସ୍ଥିତ। ଏହାର ପରିଚାଳନା ଅମିତ ଜେଟଲି କରୁଛନ୍ତି।

Also Read  ଦୀର୍ଘ ସମୟ ଧରି ଅଟକି ରହିଛି ତପସ୍ଵିନୀ ଏକ୍ସପ୍ରେସ୍ : ଜଙ୍ଗଲ ମଝିରେ ଯାତ୍ରୀ ହଇରାଣ

LEAVE A REPLY

Please enter your comment!
Please enter your name here