ମୁମ୍ବାଇ: ଆମେରିକାର ଏକ ମାଗାଜିନ୍ ‘ପେପର’ ପାଇଁ ନ୍ୟୁଡ୍ ଫଟୋସୁଟ କରିଥିବା ବଲିଉଡ ଅଭିନେତା ରଣବୀର ସିଂ ଅଡ଼ୁଆ ବଢ଼ିପାରେ । ତାଙ୍କର ଏହି ନ୍ୟୁଡ୍ ଫଟୋସୁଟ୍ ବିରୋଧରେ ମୁମ୍ବାଇର ଏକ ପୋଲିସ ଥାନାରେ ଅଭିଯୋଗ ହୋଇଛି। ତା ସହିତ ତାଙ୍କ ଗିରଫଦାରୀ ପାଇଁ ଦାବି କରାଯାଇଛି ।
ମିଳିଥିବା ସୂଚନା ମୁତାବକ ଗୋଟିଏ ଏନଜିଓ ଚଲାଉଥିବା ଲଲିତ ଶ୍ୟାମ ନାମକ ବ୍ୟକ୍ତି ରଣବୀରଙ୍କ ବିରୋଧରେ ଏହି ମାମଲା ରୁଜୁ କରିଛନ୍ତି । ରଣବୀରଙ୍କ ବିରୋଧରେ ଆଇପିସି ଧାରା ୫୦୯, ୨୯୨, ୨୯୪ରେ ମାମଲା ରୁଜୁ କରାଯାଇଛି । ତା ସହିତ ଆଇଟି ଆକ୍ଟର ସେକ୍ସନ ୬୭ ଏ ଆଧାରରେ ମଧ୍ୟ ତାଙ୍କ ନାଁରେ କେସ୍ ରୁଜୁ ହୋଇଛି । ତାଙ୍କ ଅଭିଯୋଗ ଏହା ଅଛି ଯେ, ରଣବୀରଙ୍କ ନଗ୍ନ ଫଟୋ ଦେଖିବା ପରେ ମହିଳାଙ୍କ ମନରେ ଲଜ୍ଜ୍ୟା ଅନୁଭବ ହେବ । ତେଣୁ ଏହି ସବୁ ଫଟୋକୁ ସୋସିଆଲ୍ ମିଡିଆରୁ ହଟାଇବାକୁ ସେ ଦାବି କରିଛନ୍ତି । ସୋମବାର ଏହି ଘଟଣାରେ ଅଭିଯୋଗ ହେବା ପରେ ମଙ୍ଗଳବାର ଏଫଆଇଆର ରୁଜୁ ହୋଇଥିବା ଜଣାପଡିଛି ।