‘ସବୁଠି ସକ୍ରିୟ ହେବେ କଂଗ୍ରେସ କର୍ମୀ’- ପିସିସି ସଭାପତି ହେବା ପରେ ଶରତଙ୍କ ପ୍ରତିକ୍ରିୟା

0
309
Congress workers to be most active Everywhere sarat-patnaik

ଭୁବନେଶ୍ୱର: ଓଡିଶା କଂଗ୍ରେସର ମଙ୍ଗ ଧରିବା ପାଇଁ ନାଁ ଘୋଷଣା ହେବା ପ୍ରତିକ୍ରିୟା ରଖିଛନ୍ତି ଶରତ ପଟ୍ଟନାୟକ । କଂଗ୍ରେସର ନୂତନ ରୋଡ ମ୍ୟାପ ପ୍ରସ୍ତୁତ କରାଯିବ । ସମସ୍ତଙ୍କୁ ସାଙ୍ଗରେ ନେଇ କାମ କରାଯିବ । ଗାଁରୁ ଭୁବନେଶ୍ୱର ସମସ୍ତ କର୍ମୀଙ୍କୁ ସାଥିରେ ନେଇ କାର୍ଯ୍ୟ କରାଯିବ । ୨୦୨୪ରେ କଂଗ୍ରେସ ସଂଗଠନକୁ ଚଳଚଞ୍ଚଳ କରିବା ସହ ହାଇକମାଣ୍ଡଙ୍କ ନିର୍ଦ୍ଦେଶ ଅନୁସାରେ ନିର୍ବାଚନ ରଣନୀତି ପ୍ରସ୍ତୁତ କରିଯିବ ବୋଲି କହିଛନ୍ତି ଶରତ ପଟ୍ଟନାୟକ ।

ନିରଞ୍ଜନ ପଟ୍ଟନାୟକଙ୍କ ଇସ୍ତଫା ପତ୍ରକୁ ଗ୍ରହଣ କରି ଶରତ ପଟ୍ଟନାୟକଙ୍କୁ ନୂଆ ସଭାପତି ଭାବେ ଦାୟିତ୍ୱ ଦେଇଛନ୍ତି କଂଗ୍ରେସ ହାଇକମାଣ୍ଡ । ତେବେ ଅନ୍ୟପଟେ ସବୁଠାରୁ ଦୁର୍ବଳ ସ୍ଥିତିରେ ରାଜ୍ୟ କଂଗ୍ରେସ ପାଇଁ କେତେ ସାହା ହେବେ ଶରତ ପଟ୍ଟନାୟକ , ସେ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି । ଦ୍ୱିତୀୟ ଥର ପାଇଁ ଶରତ ପଟ୍ଟନାୟକଙ୍କୁ ପିସିସି ସଭାପତି ଭାବେ ଦାୟିତ୍ୱ ମିଳିଛି । ୨୦୦୧ରୁ ୨୦୦୪ ଯାଏଁ ପିସିସି ସଭାପତି ଦାୟିତ୍ୱରେ ଥିଲେ ପଶ୍ଚିମ ଓଡିଶାର ଏହି ଚେହେରା ।

Also Read  ପଞ୍ଚମ ଥର ପାଇଁ ବିଶ୍ୱକପ୍ ହାତେଇଲା ଭାରତ

LEAVE A REPLY

Please enter your comment!
Please enter your name here