ସୁସ୍ଥ ହେଲେ ଦେଶର ପ୍ରଥମ ମଙ୍କିପକ୍ସ ଆକ୍ରାନ୍ତ, ଆଜି ହସ୍ପିଟାଲ୍‌ରୁ ହେଉଛନ୍ତି ଡିସ୍‌ଚାର୍ଜ

0
234
monkeypox

ତିରୁଅନନ୍ତପୁରମ୍‌: କେରଳରେ ଚିହ୍ନଟ ‌ହୋଇଥିବା ଦେଶର ପ୍ରଥମ ମଙ୍କିପକ୍ସ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେ ତିରୁଅନନ୍ତପୁରମର ସରକାରୀ ମେଡିକାଲ୍‌ କଲେଜ୍‌‌ରେ ଚିକିତ୍ସିତ ହେଉଥିଲେ। କେରଳର କୋଲାମ ଜିଲ୍ଲାର ୩୫ ବର୍ଷୀୟ ଏହି ବ୍ୟକ୍ତି ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି ଓ ସେ ଖୁବ୍‌ ଶୀଘ୍ର ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହେବ‌େ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ସୂଚନା ଦେଇଛନ୍ତି। ଯେହେତୁ ଏହା ଦେଶର ପ୍ରଥମ ମଙ୍କିପକ୍ସ ମାମଲା, ସୁରକ୍ଷା ଦୃଷ୍ଟିରୁ ୭୨ ଘଣ୍ଟା ବ୍ୟବଧାନରେ ୨ ଥର ପରୀକ୍ଷା କରାଯାଇଛି ଓ ରିପୋର୍ଟ ନେଗେଟିଭ୍‌ ଆସିଛି।

ବ୍ୟକ୍ତି ଜଣକ ଉଭୟ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ଅଛନ୍ତି ଓ ତାଙ୍କ ଶରୀରରେ ମଙ୍କିପକ୍ସର କୌଣସି ପ୍ରକାରର ଚିହ୍ନ ମଧ୍ୟ ନାହିଁ। କେବଳ ତାଙ୍କର ନୁହେଁ, ତାଙ୍କ ପରିବାର ଲୋକଙ୍କର ବି ପରୀକ୍ଷା କରାଯାଇଛି। ସମସ୍ତଙ୍କ ରିପୋର୍ଟ ନେଗେଟିଭ୍‌ ଆସିଛି। ଏହା ଛଡ଼ା ମନ୍ତ୍ରୀ ଆହୁରି ବି ସୂଚନା ଦେଇଛନ୍ତି ଯେ କେରଳର ଅନ୍ୟ ୨ ମଙ୍କିପକ୍ସ ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ବି ଭଲ ରହିଛି। ସେମାନେ ବି ଖୁବ୍‌ ଶୀଘ ସୁସ୍ଥ ହୋଇ ଘରକୁ ଫେରିବେ ବୋଲି ଆଶା କରାଯାଉଛି।

ଆପଣ ଜାଣିଥିବେ ନିଶ୍ଚୟ ଯେ ଦେଶରେ ଏବେ ସୁଦ୍ଧା ସମୁଦାୟ ୪ ଜଣ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ‌ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣ କେରଳର ହୋଇଥିବା ବେଳେ ଜଣେ ହେଉଛନ୍ତି ରାଜଧାନୀ ଦିଲ୍ଲୀର। ସେମାନେ ସମସ୍ତେ ଦୁବାଇ ଫେରନ୍ତା। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଅନୁସାରେ ମଙ୍କିପକ୍ସ ହେଉଛି ପଶୁଙ୍କ ଶରୀରରୁ ମଣିଷ ଶରୀରକୁ ସଂକ୍ରମିତ ହୋଇଥିବା ଏକ ଭୁତାଣୁ । ଏହା ସାଧାରଣତଃ ମିଳିମିଳା ପରି ଦେଖାଯାଇଥାଏ । ତେବେ ଏହା ସେତେଟା ମାରାତ୍ମକ ନୁହେଁ ।

Also Read  ୩୦ ତାରିଖ ଦିନ ୧୧ଟାରେ ଦୁଇ ମିନିଟ ପାଇଁ ନିରବ ରହିବାକୁ ନିର୍ଦ୍ଦେଶ