ମୁମ୍ବାଇ: ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶିୟାରୀଙ୍କର ଏକ ବିବାଦୀୟ ବୟାନକୁ ନେଇ ତାଙ୍କୁ ଟାର୍ଗେଟ କରିଛନ୍ତି ଶିବସେନା ମୁଖ୍ୟ ଉଦ୍ଧବ ଠାକ୍ରେ। ସେ କୋଶିୟାରୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି କି ମରାଠୀମାନଙ୍କ ଭାବନାକୁ ଆଘାତ ଦେଇଥିବାରୁ ତାଙ୍କୁ ଘରକୁ ପଠାଇବା ଉଚିତ ନା ଜେଲ୍ ପଠାଇବା ଉଚିତ ତାହା ସରକାର ନିଷ୍ପତ୍ତି ନିଅନ୍ତୁ।
ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ କୋଶିୟାରୀ ତାଙ୍କର ଏକ ବୟାନରେ କହିଥିଲେ ଯେ ‘ଯଦି ମହାରାଷ୍ଟ୍ରରୁ ଗୁଜୁରାଟି ଓ ରାଜସ୍ଥାନୀମାନଙ୍କୁ ବାହାର କରି ଦିଆଯାଏ ତ ମହାରାଷ୍ଟ୍ରୀୟଙ୍କ ପାଖରେ ଗୋଟାଏ ହେଲେ ବି ପଇସା ବଞ୍ଚିବ ନାହିଁ। ଆର୍ଥିକ ରାଜଧାନୀ ଭାବେ ପରିଚିତ ମୁମ୍ବାଇକୁ ଆଉ ଲୋକେ ଆର୍ଥିକ ରାଜଧାନୀ ବୋଲି ମାନିବେ ନାହିଁ।
ତାଙ୍କର ଏହି ବୟାନକୁ ନେଇ ଠାକ୍ରେ ତାଙ୍କୁ ଟାର୍ଗେଟ କରିଛନ୍ତି ଓ କହିଛନ୍ତି ରାଜ୍ୟପାଳଙ୍କର ଏହି ବୟାନ ହିନ୍ଦୁମାନଙ୍କ ଭିତରେ ଭେଦଭାବ ଉପୁଜାଇଛି। ତାଙ୍କର ଏହି ଟିପ୍ପଣୀ ମରାଠୀ ସମୂହଙ୍କର ସ୍ବାଭିମାନ ଭାଙ୍ଗିବା ସହ ସେମାନଙ୍କୁ ଅପମାନିତ କରିଛି। ଠାକ୍ରେ ଆହୁରି ବି କହିଛନ୍ତି ଯେ ‘ମୁଁ ରାଜ୍ୟପାଳ ପଦ ବିଷୟରେ କିଛି ବି କହୁନାହିଁ। ମାତ୍ର ସେହି ଆସନରେ ବସିଥିବା ବ୍ୟକ୍ତିଙ୍କୁ ସେ ଆସନର ସମ୍ମାନ କରିବା ଉଚିତ।’