୧୮ ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ବ୍ୟକ୍ତିଙ୍କୁ ବୁଷ୍ଟର ଡୋଜ, ସ୍ବାସ୍ଥ୍ୟ ମନ୍ତ୍ରାଳୟର ଘୋଷଣା

0
365
covid-booster-dose to-18-plus from-tomorrow

ନୂଆଦିଲ୍ଲୀ: ଭାରତରେ ଏଣିକି ୧୮ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ଦିଆଯିବ ବୁଷ୍ଟର ଡୋଜ । ଦୁଇଟି ଯାକ ଡୋଜ ନେଇଥିବା ବ୍ୟକ୍ତି ଘରୋଇ ହସ୍ପିଟାଲରେ ନେଇପାରିବେ ବୁଷ୍ଟର ଡୋଜ । ଆସନ୍ତା ୧୦ରୁ ଆରମ୍ଭ ହେବ ବୁଷ୍ଟର ଡୋଜ ଟିକାକରଣ ପକ୍ରିୟା। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି । ଘରୋଇ ଟିକାକରଣ କେନ୍ଦ୍ରରେ ମିଳିବ ବୁଷ୍ଟର ଡୋଜ୍‌ । କୋଭିଡର ପ୍ରଥମ ଏବଂ ଦ୍ବିତୀୟ ଡୋଜ୍‌ ଟିକା ନେବାର ୯ ମାସ ପରେ ବୁଷ୍ଟର ଡୋଜ୍‌ ନେଇପାରିବେ । ସରକାରୀ ମେଡିକାଲରେ ଦୁଇଟି ଯାକ ଟିକା ନେଇସାରିଥିବା ବେଳେ ବୁଷ୍ଟର ଡୋଜ ଘରୋଇ ହସ୍ପିଟାଲରୁ ନେଇ ପାରିବେ । ଆସନ୍ତା ରବିବାରରୁ ଆରମ୍ଭ ହେବ ଟିକାକରଣ ପକ୍ରିୟା ।

Also Read  ରାଜ୍ୟରେ ମକର ସଂକ୍ରାନ୍ତି ଓ ପୋଙ୍ଗଳ ପାଳିବା କଟକଣା