ରଥଖଳା ହାଲଚାଲ: ନନ୍ଦିଘୋଷ ରଥ ଅଖରେ ଫାଟ

0
621
crack-in-nandighosa-rath-in-puri

ପୁରୀ: ନନ୍ଦିଘୋଷ ରଥରେ ଫାଟ। ବଦଳିବ ନନ୍ଦିଘୋଷ ରଥର ସାନ ଉଛଳା ତଥା ପଛ ବ୍ରେକ୍‌ ଅଖ। ଅଖରେ ଫାଟ ଯୋଗୁ ଏହାକୁ ବଦଳାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ରଥ ସାମନା ପାର୍ଶ୍ୱରେ ଥିବା ଅଖରେ ଦଣ୍ଡା କଣ୍ଟା ପଡିବା ପରେ ତ୍ରୁଟି ପରିଲକ୍ଷିତ ହୋଇଛି । ଅଖକୁ ପରିବର୍ତ୍ତନ କରିବା ନେଇ ନିଷ୍ପତ୍ତି ନିଆଯାଇଛି। ଅଖ ନିର୍ମାଣ ହେବା ପରେ ତ୍ରୁଟିପୂର୍ଣ୍ଣ ଅଖ ବାହାର କରାଯିବା ସହ ନୂଆ ଅଖ ଲଗାଯିବ । ଏନେଇ ସୂଚନା ଦେଇଛନ୍ତି ନନ୍ଦିଘୋଷ ରଥର ବିଶ୍ୱକର୍ମା ମହାରଣା ବିଜୟ ମହାପାତ୍ର ।

ସୂଚନାଯୋଗ୍ୟ ଯେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ୩୬ ଦିନରେ ପହଞ୍ଚିଛି। ଆଜି ୩ ରଥର ଚାରି ନାହାକା ଉଠିଛି। ଯୋଜନା ଅନୁଯାୟୀ, ପ୍ରତିବର୍ଷ ଦେବସ୍ନାନ ପୂର୍ଣ୍ଣମୀ ଦିନ ୩ ରଥର ଚାରି ନାହାକା ଉଠିଥାଏ। କିନ୍ତୁ ଚଳିତ ବର୍ଷ ଆଗୁଆ ଏହି କାର୍ଯ୍ୟ ସରିଛି। ୪ ଦିନ ପୂର୍ବରୁ ଚାରି ନାହାକା ଉଠିଛି। ଏହା ପରେ ରଥର ଉପରି ଭାଗ ନିର୍ମାଣ କାର୍ଯ୍ୟ ଚାଲିବ।

Also Read  ଫିଲିପ୍ପିନ୍‌ସ୍‌ରେ ସୁପର୍‌ ଟାଇଫୁନ୍‌ ‘ରାଇ’ଜନିତ ପ୍ରଳୟ : ୭୫ ମୃତ, ଉଦ୍ଧାର କାର୍ଯ୍ୟ ଜାରି