ବାରବାଟୀ ମ୍ୟାଚ୍ ପାଇଁ ‘ମୋ ବସ୍’ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା

0
464
special-shuttle-service-of mo-bus-for-ind-vs-sa-africa-barabati-t20

ଭୁବନେଶ୍ୱର: ଆସନ୍ତା ୧୨ ତାରିଖରେ ବାରବାଟୀ ଷ୍ଟାଡିୟମ୍ ରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି-ଟ୍ୱେଣ୍ଟି ମ୍ୟାଚ୍ । ରବିବାର ଖେଳାଯିବାକୁ ଥିବା ମ୍ୟାଚ୍ ରାତି ୭ଟାରେ ଆରମ୍ଭ ହୋଇ ୧୧ଟାରେ ସରିବ । ମ୍ୟାଚ୍ ନେଇ ଦର୍ଶକଙ୍କ ଯିବା ଆସିବା ନିମନ୍ତେ ସ୍ୱତନ୍ତ୍ର ମୋ ବସ୍ ସେବା ଯୋଗାଇ ଦିଆଯିବ । ଭୁବନେଶ୍ୱରରୁ ବାରବାଟୀକୁ ଦୁଇଟି ରୁଟରେ ସ୍ୱତନ୍ତ୍ର ମୋ ବସ୍ ଚାଲିବ । ପ୍ରଥମ ରୁଟରେ ବସ ମାଷ୍ଟରକ୍ୟାଣ୍ଟିନରୁ ଭାୟା ରସୁଲଗଡ ଦେଇ ବାରବାଟୀ ଷ୍ଟାଡିୟମ ଯିବ । ଦ୍ୱିତୀୟ ରୁଟରେ ବରମୁଣ୍ଡା ବସଷ୍ଟାଣ୍ଡରୁ ଭାୟା ପଟିଆ ଦେଇ ବାରବାଟୀ ଷ୍ଟାଡିୟମ ଯିବ ମୋ ବସ୍ । ଏହି ସ୍ୱତନ୍ତ୍ର ବସର ଭଡା ୪୦ ଟଙ୍କା ରଖାଯାଇଛି । ଏନେଇ କ୍ୟାପିଟାଲ ରିଜିୟନ ଅର୍ବାନ ଟ୍ରାନ୍ସପୋର୍ଟ (CRUT) ପକ୍ଷରୁ ସୂଚନା ଦିଆଯାଇଛି।

ମ୍ୟାଚ୍ ସନ୍ଧ୍ୟା ୭ଟାରୁ ୧୧ଟା ମଧ୍ୟରେ ଖେଳାଯିବ। ବରମୁଣ୍ଡା ବସଷ୍ଟାଣ୍ଡ ଏବଂ ମାଷ୍ଟର କ୍ୟାଣ୍ଟିନରୁ ମଧ୍ୟାହ୍ନ ୧୨ଟା୩୦ ରୁ ଷ୍ଟାଡିୟମ ପର୍ଯ୍ୟନ୍ତ ସ୍ଵତନ୍ତ୍ର ମୋ ବସ୍ ଉପରୋକ୍ତ ଦୁଇଟି ରୁଟ୍‌ରେ ଚଳାଚଳ କରିବ। ସେହିପରି ମ୍ୟାଚ୍ ସରିବା ପରେ ରାତି ୧୧ଟା ୩୦ରୁ ଦର୍ଶକଙ୍କୁ ନେଇ ମୋ ବସ୍ ଷ୍ଟାଡିୟମରୁ ବରମୁଣ୍ଡା ବସଷ୍ଟାଣ୍ଡ ଏବଂ ମାଷ୍ଟର କ୍ୟାଣ୍ଟିନ ଅଭିମୁଖେ ଯାତ୍ରା କରିବ।

Also Read  Cops arrests 2 BJP and 2 BJD activists for alleged involvement in group clash on Bandh day in Odisha capital