ଭୁବନେଶ୍ବର: ଉଚ୍ଚ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । ସ୍କୁଲ ପରି କଲେଜ ଓ ବିଶ୍ୱବିଦ୍ୟାଳୟରେ ମଧ୍ୟ କମିଲା ଖରା ଛୁଟି । ଜୁନ ୧ରୁ ୧୬ ତାରିଖ ଯାଏଁ ବନ୍ଦ ରହିବ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ । ଆବଶ୍ୟକ ପଡିଲେ ଏକ୍ସଟ୍ରା କ୍ଲାସ୍ କରାଯିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ନିର୍ଦ୍ଦେଶ ଦିଆଯାଇଛି । କରୋନା ଯୋଗୁଁ ଶିକ୍ଷାବର୍ଷ ବ୍ୟାହତ ହୋଇଥିବାରୁ ଖରା ଛୁଟି ଅବଧି କମା ଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି ।