ଇରାକରେ ଶ୍ରୀଲଙ୍କା ଭଳି ସ୍ଥିତି, ପାର୍ଲିଆମେଣ୍ଟକୁ ଧସେଇ ପଶିଲେ ଶହ ଶହ ବିକ୍ଷୋଭକାରୀ

0
123

ବାଗଦାଦ: ଇରାକରେ ଶ୍ରୀଲଙ୍କା ଭଳି ସ୍ଥିତି। ଲୋକେ ରାସ୍ତାକୁ ଓହ୍ଲାଇ କରିଛନ୍ତି ଜୋରଦାର ବିକ୍ଷୋଭ। ସେଠାକାର ପ୍ରଧାନମନ୍ତ୍ରୀ ପ୍ରାର୍ଥୀଙ୍କୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ଶହ ଶହ ଇରାକୀ ବିକ୍ଷୋଭକାରୀ ଦେଶ ରାଜଧାନୀ ବାଗଦାଦରେ ଥିବା ପାର୍ଲିଆମେଣ୍ଟ ଜୋର ଜବରଦସ୍ତ ଭାବେ ପଶିଯାଇଛନ୍ତି । ସେମାନେ ଇରାନ ବିରୋଧୀ ସ୍ଲୋଗାନ ଗାନ କରି ସଂସଦରେ ଧସି ପଶିଥିବା ଜଣାଯାଇଛି । ଇରାନ ସମର୍ଥିତ ପାର୍ଟି ଦ୍ୱାରା ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ତଥା ପୂର୍ବତନ ମନ୍ତ୍ରୀ ଓ ଗଭର୍ଣ୍ଣର ମହମ୍ମଦ ଶିୟା ଅଲ୍-ସୁଦାନୀଙ୍କ ପ୍ରାର୍ଥିତ୍ୱକୁ ବିରୋଧ କରିଛନ୍ତି।ପ୍ରଧାନମନ୍ତ୍ରୀ ପଦ ପାଇଁ ମନୋନୀତ ହୋଇଥିବା ଜଣେ ପ୍ରାର୍ଥୀଙ୍କ ବିରୋଧରେ ସ୍ଲୋଗାନ ଦେଇ ବିକ୍ଷୋଭକାରୀ ମାନେ ଏହି ବିକ୍ଷୋଭ କରିଥିବା ଜଣାଯାଇଛି । ଯାହା ଜଣାଯାଇଛି ବିକ୍ଷୋଭ କରୁଥିବା ଲୋକଙ୍କ ମଧ୍ୟରୁ ଅଧିକାଂଶ ଜଣ ହେଉଛନ୍ତି ‘ଶିତେ କ୍ଳରିକ ମୁକତାଦା ଅଲ ସଦର”ର ସମର୍ଥକ । ବିକ୍ଷୋଭକାରୀଙ୍କ ମଧ୍ୟରୁ ସମସ୍ତେ ହେଉଛନ୍ତି ପୁରୁଷ । ସେମାନେ ଟେବୁଲ ଉପରେ ଚଢିବା ସହିତ ସଂସଦ ମାନଙ୍କ ଚେୟାର ଉପରେ ବସି ଇରାକର ପତାକା ଗୁଡିକୁ ଉଡେଇବାକୁ ଲାଗିଥିଲେ । ଏହା ସହ ପ୍ରଦର୍ଶନକାରୀ ବାଗଦାଦର ଗ୍ରୀନ୍ ଜୋନ, ସରକାରୀ ଭବନ ଓ ରାଜନେତାଙ୍କ ଘରକୁ ଅକ୍ତିଆର କରିଛନ୍ତି।

ଇରାକରେ ଫେଡେରାଲ ନିର୍ବାଚନ ଅନୁଷ୍ଠିତ ହେବାର ୧୦ ମାସ ପରେ ବିଦ୍ରୋହୀଙ୍କ ମଧ୍ୟରେ ଏପରି ଅସନ୍ତୋଷ ଦେଖିବାକୁ ମିଳିଛି । ଯେବେକି ସେହି ସମୟରେ କୌଣସି ବି ଆଇନ ନିର୍ମାତା ମହଜୂତ ନଥିଲେ । ବିଲଡିଂଗ ଭିତରେ କେବଳ ମାତ୍ର ସୁରକ୍ଷାରେ ଥିବା ଅଧିକାରୀ ମାନେ ହିଁ ଉପସ୍ଥିତ ଥିଲେ । ଏଇ ନିକଟରେ କୋଅର୍ଡିନେସନ ଫ୍ରେମ ୱାର୍କ ବ୍ଲକ ପକ୍ଷରୁ ମନୋନୀତ ହୋଇଥିବା ମହମ୍ମଦ ଅଲ ସୁଦାନୀଙ୍କ ବିରୋଧରେ ହିଁ ଏହି ବିକ୍ଷୋଭ ମୁଣ୍ଡ ଟେକିଥିବା ଜଣାଯାଇଛି ।

୨୦୨୧ ଅକ୍ଟୋବର ମାସରେ ଫେଡେରେଲ ଇଲେକ୍ସନ ଅନୁଷ୍ଠିତ ହେବା ପରେ ଏହା ହେଉଛି ସବୁଠାରୁ ଲମ୍ବା ସମୟର ଇଲେକ୍ସନ । ଚଳିତ ମାସର ପ୍ରାରମ୍ଭରେ ହଜାର ହଜାର ଲୋକ ଏହି ମନୋନୟନକୁ ପ୍ରତ୍ୟକ୍ଷ ଭାବରେ ବିରୋଧ କରିଆସୁଥିଲେ । ବିକ୍ଷୋଭକାରୀମାନେ ସଂସଦ ଭବନରେ ପ୍ରବେଶ କରିବାର କିଛି ଘଣ୍ଟା ପରେ ଟ୍ୱିଟର ଯୋଗେ ଅଲ ସଦର ନିଜ ମତ ଜାରି କରିଛନ୍ତି । ଆଉ ସୁରକ୍ଷିତ ଭାବରେ ନିଜ ନିଜ ଘରକୁ ଫେରିଯିବାକୁ ଅନୁରୋଧ କରିଛନ୍ତି ।

Also Read  ଦୈନିକ ସଂକ୍ରମଣର ୪୦% ଭୁବନେଶ୍ୱରରୁ ଚିହ୍ନଟ : ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢ଼ିଲା

LEAVE A REPLY

Please enter your comment!
Please enter your name here