ଓଲିଉଡରେ ଚାଲିଛି କି ନିଶା କାରବାର ? ଭୁବନେଶ୍ୱର ଖାରବେଳନଗର ଥାନାରେ ଅଭିଯୋଗ କଲା କଳିଙ୍ଗ ସେନା

0
196
Is there a drug deal going on in Ollywood

ଭୁବନେଶ୍ୱର: ଫିଲ୍ମ ଇଣ୍ଡଷ୍ଟ୍ରିକୁ ନେଇ କଳିଙ୍ଗ ସେନାର ସାଙ୍ଘାତିକ ଅଭିଯୋଗ । ବଲିଉଡ୍ ଭଳି ଓଲିଉଡରେ ବି ବଢି ବଢି ଚାଲିଛି ନିଶା କାରବାର । ଏଭଳି ଅଭିଯୋଗ କରି ଥାନାର ଦ୍ୱାରସ୍ଥ ହୋଇଛି କଳିଙ୍ଗ ସେନା । ଥାନାରେ ଅଭିଯୋଗ କରି କୁହାଯାଇଛି ଓଡିଶାରେ ସୁଶାନ୍ତ ସିଂହ ରାଜପୁତଙ୍କ ଭଳି ଘଟଣାର ପୁନରାବୃତ୍ତି ନହେଉ ସେନେଇ ପୋଲିସ ଯତ୍ନବାନ ହେବା ଜରୁରୀ । ବାବୁସାନଙ୍କ ସ୍ତ୍ରୀ ତୃପ୍ତି ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ ଯେ, ପ୍ରକୃତି ମିଶ୍ର ତାଙ୍କ ସ୍ୱାମୀ ବାବୁସାନଙ୍କୁ ମଦ ଓ ଗଞ୍ଜେଇ ଭଳି ନିଶା ଯୋଗାଇ ଦେଉଛନ୍ତି । ଯେଉଁଥିପାଇଁ ତାଙ୍କ ପାରିବାରିକ ଜୀବନରେ ଝଡ଼ ଉଠିଛି । ନିଶା ଖାଇ ବାବୁସାନ ହରାଇଛନ୍ତି ମାନସିକ ସନ୍ତୁଳନ । ଏଭଳି ଅଭିଯୋଗ ଆଣିଲେ କଳିଙ୍ଗ ସେନା ମୁଖ୍ୟ ହେମନ୍ତ ରଥ । ନିଶା ବ୍ୟବସାୟ ପାଇଁ ଫିଲ୍ମ ଇଣ୍ଡଷ୍ଟ୍ରିରେ ଗୋଟିଏ ଗ୍ରୁପ ଅଛି । ଚେନ ସିଷ୍ଟମ ଜରିଆରେ ଏହି କାରବାର ଚାଲିଥିବା ସେ ଅଭିଯୋଗ କରିଛନ୍ତି । ତୁରନ୍ତ ମାଷ୍ଟରମାଇଣ୍ଡଙ୍କୁ ଧରିବା ପାଇଁ ସେନା ପକ୍ଷରୁ ଏତଲା ଦିଆଯାଇଛି ।

ବାବୁସାନଙ୍କ ପତ୍ନୀ ତୃପ୍ତି ଖାରବେଳନଗର ଥାନାରେ ଦେଇଥିବା ଏଫଆଇଆରରେ ପ୍ରକୃତି ବାବୁସାନଙ୍କୁ ଟଙ୍କା ବଦଳରେ ଡ୍ରଗ୍ସ ଯୋଗାଇ ଦେଉଥିବା କଥା ଉଲ୍ଲେଖ କରିଥିଲେ । ଏଫଆଇଆରରେ ତୃପ୍ତି ଲେଖିଥିଲେ, ପ୍ରକୃତି ମିଶ୍ର ନିଜର କ୍ୟାରିୟରକୁ ଆଗକୁ ନେବା ପାଇଁ ଓ ଆର୍ଥିକ ଆବଶ୍ୟକତା ପୂରଣ ପାଇଁ, ତାଙ୍କ ସ୍ୱାମୀ ବାବୁସାନଙ୍କୁ ମଦ ଓ ଗଞ୍ଜେଇ ଭଳି ନିଶା ଯୋଗାଇ ଦେଉଥିଲେ । ଯାହାଫଳରେ ସେ ୨୪ଘଣ୍ଟା ନିଶାରେ ବୁଡି ରହୁଥିଲେ । ବାବୁସାନଙ୍କ ପତ୍ନୀ ତୃପ୍ତି କରିଥିବା ଅଭିଯୋଗ ଆଧାରରେ ଏତଲା ଦେଇଛି କଳିଙ୍ଗ ସେନା । ଯେଉଁଥିରେ କୁହାଯାଇଛି ବଲିଉଡ ଭଳି ଓଲିଉଡରେ ନିଶା କାରବାର ବଢିବାରେ ଲାଗିଛି । ବିପଦଜନକ ନିଶାଦ୍ରବ୍ୟର ଓଡିଶା ସହ ଘନିଷ୍ଟ ସମ୍ପର୍କ ଥିଲା । ଓଡିଶା ବାହାରେ ଓଡିଶା ନିଶାଦ୍ରବ୍ୟର ବିଶେଷ ଚାହିଦା ଥିଲା । ଓଡ଼ିଶାରେ ସୁଶାନ୍ତ ସିଂହ ରାଜପୁତଙ୍କ ପରି ଦୁଃଖଦ ଘଟଣାର ଯେପରି ପୁନରାବୃତ୍ତି ନହୁଏ, ସେନେଇ ପୋଲିସ ଯତ୍ନବାନ ହେଉ ଏବଂ ନିଶା କାରବାର ଅଭିଯୋଗକୁ ତଦନ୍ତ ପରିସରଭୁକ୍ତ କରୁ ।

Also Read  Community-based mental health care should be a top priority: KIMS experts

LEAVE A REPLY

Please enter your comment!
Please enter your name here