‘ୟୁକ୍ରେନ ଫେରନ୍ତା ମେଡିକାଲ ଛାତ୍ରଛାତ୍ରୀଙ୍କୁ ଭାରତରେ ପଢିବାକୁ ଦିଆଯିବନି ଅନୁମତି’

0
140
ukraine return medical-students-will-not-be-allowed-to-study-in-india

ୟୁକ୍ରେନ ଫେରନ୍ତା ମେଡିକାଲ ଛାତ୍ରଛାତ୍ରୀ ଭାରତରେ ପଢିପାରିବେ ନାହିଁ ବୋଲି ସ୍ପଷ୍ଟ କଲେ କେନ୍ଦ୍ର ସରକାର । ରାଜ୍ୟସଭାରେ ଏକ ପ୍ରଶ୍ନପର ଉତର ରଖି କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଭାରତୀ ପାଓାର ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଇଣ୍ଡିଆନ ମେଡିକାଲ କାଉନସିଲ ଆକ୍ଟ ୧୯୫୬ ଏବଂ ନ୍ୟାସନଲ ମେଡିକାଲ କମିଶନ ଆକ୍ଟ ୨୦୧୯ ଅନୁଯାୟୀ ବିଦେଶର ମେଡିକାଲ କଲେଜରେ ଶିକ୍ଷା ଜାରି ରଖିବାକୁ ଅନୁମତି ଦିଆଯାଇପାରିବ ନାହିଁ । ଜାତୀୟ ମେଡିକାଲ କମିଶନ ମଧ୍ୟ ଏଥିପାଇଁ ଅନୁମତି ଦେଇନାହାନ୍ତି ବୋଲି କହିଛନ୍ତି ।

ତେଣୁ ଦେଶର ଶିକ୍ଷାନୁଷ୍ଠାନରେ ପଢିବାକୁ ଚାତ୍ରଛାତ୍ରୀଙ୍କୁ ଅନୁମତି ଦିଆଯାଇନାହିଁ । କେନ୍ଦ୍ର ସରକାରଙ୍କ ଏଭଳି ସୂଚନା ପରେ ଚିନ୍ତା ପଡିଯାଇଛନ୍ତି ଛାତ୍ରଛାତ୍ରୀ । କେନ୍ଦ୍ର ସରକାର ବିକଳ୍ପର ବାଟ ବାହାର କରିବେ ବୋଲି ଆସା କରିଥିବା ଛାତ୍ରଚାତ୍ରୀଙ୍କୁ ଲାଗିଛି ବଡ ଝଟକା । ଅନ୍ୟପଟେ ଏନେଇ ସୁପ୍ରିମକୋର୍ଟରେ ରିଟ ପିଟିସନ ଦାଖଲ କରିଛନ୍ତି ୟୁକ୍ରେନ ଫେରନ୍ତା ମେଡିକାଲ ଛାତ୍ର ପ୍ରତୀକ ଧଳ । ଭାରତରେ ମେଡିକାଲ କଲେଜରେ ଛାତ୍ରଛାତ୍ରୀଙ୍କୁ ପଢିବା ପାଇଁ ସୁଯୋଗ ଦେବାକୁ ପ୍ରାର୍ଥନା କରିଛନ୍ତି ପ୍ରତୀକ ।

Also Read  India records 14,623 Covid +Ve Cases and 197 deaths in a day

LEAVE A REPLY

Please enter your comment!
Please enter your name here