କେଉଁଝର: ପୁଣି ସାଇବର ଠକେଇର ଶୀକାର ହେଲେ ଜଣେ ମହିଳା। ପାଟ ଶାଢ଼ୀ ଦେବାକୁ କହି ଫଶେଇ ଦେଲେ ଅଦୃଶ୍ୟ ଠକ। କେଉଁଝର ଜିଲ୍ଲାରୁ ରହି ଅପରେଟ କରୁଥିଲେ ସାଇବର ଠକ । ଜଣେ ମହିଳାଙ୍କୁ ପାଟ ଶାଢ଼ୀ ଦେବାକୁ କହି ୩୩ ହଜାର ଟଙ୍କା ନେଇଗଲେ । ଅନ୍ଲାଇନ୍ରେ ବିଜ୍ଞାପନ ପରେ ଶାଢ଼ୀ କିଣିବାକୁ ଯୋଗାଯୋଗ କରିଥିଲେ ମହିଳା। ଠକ ହ୍ଵାଟ୍ସ ଆପରେ ଶାଢୀ ଫଟୋ ପଠାଇ ମହିଳାଙ୍କ ବିଶ୍ୱାସ ଜନ୍ମାଇଥିଲେ। ପରେ କିସ୍ତି କିସ୍ତିରେ ନେଇ ଯାଇଥିଲେ ୩୩ ହଜାର ଟଙ୍କା । ମହିଳା ଜଣକ ସାଇବର ଥାନାରେ ଅଭିଯୋଗ କରିବା ପରେ ତଦନ୍ତ ଆରମ୍ଭ କରିଛି ପୋଲିସ ।
ପୋଲିସ କହିବା ମୁତାବକ, ସାଇବର ଠକ ଜଣକ କେନ୍ଦୁଝର ଜିଲ୍ଲାରୁ ରହି ଏଭଳି ଅନଲାଇନ ଲୁଟର ଜାଲ ବିଛାଉଥିଲା । ଏବେ ମହିଳା ଜଣକ ସାଇବର ଥାନାର ଦ୍ୱାରସ୍ତ ହୋଇ ଏଭଳି ଠକାମୀ ବାବଦରେ ଏତଲା ଦେଇଛନ୍ତି । ମହିଳାଙ୍କ ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଛି ପୋଲିସ ।