ଟଳିଲା ବାତ୍ୟା ଭୟ, ଲ୍ୟାଣ୍ଡଫଲ କରିବନି ସମ୍ଭାବ୍ୟ ବାତ୍ୟା; ସମୁଦ୍ର ମଧ୍ୟରେ ଦୁର୍ବଳ ହେବ

0
429
cyclone-may-not-landfall It will be weak in the sea

ଭୁବନେଶ୍ୱର: ଓଡିଶା ପାଇଁ ଖୁସି ଖବର । ଟଳିଲା ସମ୍ଭାବ୍ୟ ବାତ୍ୟା ଭୟ । ଉପକୂଳ ଛୁଇଁବନି କି ଲ୍ୟାଣ୍ଡଫଲ କରିବନି ବାତ୍ୟା । ଆସନ୍ତାକାଲି ସନ୍ଧ୍ୟାରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ବାତ୍ୟା ସ୍ଥଳଭାଗ ଛୁଇଁବନି ବୋଲି ପୂର୍ବାନୁମାନ କରିଛନ୍ତି ଭାରତୀୟ ପାଣିପାଗ ବିଭାଗର ବରିଷ୍ଠ ବୈଜ୍ଞାନିକ ଆରକେ ଜେନାମଣି। କେବଳ ୧୦ ତାରିଖ ସନ୍ଧ୍ୟାରୁ ୧୧ ତାରିଖ ସକାଳ ପର୍ଯ୍ୟନ୍ତ ଓଡ଼ିଶା ଉପକୂଳର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସମୟ ମଧ୍ୟରେ ପବନର ବେଗ ୪୦ରୁ ୫୦ କିଲୋମିଟର ରହିବ । ତେବେ ଲଘୁଚାପ ଘନୀଭୂତ ହୋଇ ଆଗାମୀ ୩ ଘଣ୍ଟାରେ ଅବପାତରେ ପରିଣତ ହେବ । ଆସନ୍ତାକାଲି ଏହି ଅବପାତ ବାତ୍ୟାରେ ପରିଣତ ହେବ ।

ତେବେ ୧୦ ତାରିଖରେ ଉପକୂଳରୁ ପାଖାପାଖି ୧୫୦ କିମି ଦୂରରୁ ଏହା ନିଜର ଗତିପଥ ପରିବର୍ତ୍ତନ କରିବ ଏବଂ ସମୁଦ୍ର ଭିତରେ ହିଁ ରହିବ । ଯାହାର ପ୍ରଭାବରେ ୧୦ ତାରିଖ ଏବଂ ୧୧ ତାରିଖ ଦୁଇଦିନ ବର୍ଷା ହେବ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ଏହା ୧୦ ତାରିଖ ପର୍ଯ୍ୟନ୍ତ ଉତ୍ତରପଶ୍ଚିମ ଦିଗରେ ଗତି କରିବ । ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ସମୁଦ୍ର ମଧ୍ୟରେ ଉତ୍ତର-ଆନ୍ଧ୍ର ଏବଂ ଓଡିଶା ଉପକୂଳରୁ ଦୂରରେ ରହି ୧୦ ତାରିଖ ସନ୍ଧ୍ୟାରୁ ରିକର୍ଭ କରିବ । ୧୦ ତାରିଖ ସଂଧ୍ୟାରୁ ଓଡ଼ିଶା ଓ ଆନ୍ଧ୍ର ଉପକୂଳରେ ବର୍ଷା ହେବ । ୧୧ ତାରିଖରେ ମଧ୍ୟ ଓଡ଼ିଶାର ଗଂଜାମ, ଗଜପତିରେ ବର୍ଷା ହେବା ସମ୍ଭାବନା ରହିଛି । ଉପକୂଳ ଜିଲ୍ଲାଗୁଡ଼ିକରେ ୫୦ରୁ ୬୦କିମି ବେଗରେ ପବନ ବହିବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଲିଛି ।

Also Read  ଯୁବରାଜ ସିଂ ଙ୍କୁ ହରିଆଣା ପୋଲିସ ଗିରଫ କଲେ, ପଚରାଉଚୁରା ପରେ ଜାମିନ ରେ ଛାଡିଦେଲେ