ପୁଣି ରକ୍ତରଞ୍ଜିତ ହେଲା ରାଜଧାନୀ; ଓମଫେଡ୍ ବ୍ୟବସାୟୀଙ୍କ ଦୁଇ ହାତକୁ ହାଣିଦେଲେ ୪ ଦୁର୍ବୁତ୍ତ

0
7657

ଭୁବନେଶ୍ବର:ରାଜଧାନୀରେ ଆତଙ୍କ । ପୁଣି ରକ୍ତରଞ୍ଜିତ ହେଲା ରାଜଧାନୀ। ଓମଫେଡ୍ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ । ୪ ଜଣ ଦୁର୍ବୁତ୍ତ ୨ ବାଇକରେ ଆସି ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିବା ସୂଚନା । ଯୁବକଙ୍କର ଦୁଇଟି ହାତକୁ ହାଣି ଦେଇଛନ୍ତି ଦୁର୍ବୁତ୍ତ । ଆହତ ଅବସ୍ଥାରେ ଯୁବକଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

ସୁନ୍ଦରପଦା ବୋତଣ୍ଡା ଛକରେ ଥିବା ଓମ୍ଫେଡ଼ ଦୋକାନରେ ଘଟିଛି ଏହି ଅଘଟଣ । ଏନେଇ ଏୟାରଫିଲଡ଼ ଥାନାରେ ଅଭିଯୋଗ ହୋଇଛି । ପୂର୍ବ ଶତ୍ରୁତାକୁ ନେଇ ଦୁର୍ବୁତ୍ତ ମାନେ ଏଭଳି କାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି । ପୂର୍ବରୁ ମଧ୍ୟ ଏହି ଦୋକାନୀଙ୍କୁ ଆକ୍ରମଣ ହୋଇଥିବା ସୂଚନା।

Also Read  ଚିତ୍ତରଞ୍ଜନ ମୃତ୍ୟୁ ଘଟଣା : ଚାଲିଛି ସ୍ପଟ ଭେରିଫିକେସନ, ହୋଇପାରେ ଲାଏ ଡିଟେକ୍ସନ

LEAVE A REPLY

Please enter your comment!
Please enter your name here