ନିଷ୍ପତ୍ତି ବଦଳାଇଲେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ; କହିଲେ, ସୋନିଆଙ୍କୁ ଆଉ ଚିଠି ଲେଖିବି ନାହିଁ

0
410
decision-reversed-by-congress-mla-suresh-rautaray-over-presidential-election

ଭୁବନେଶ୍ବର: ରାଷ୍ଟ୍ରପତି ନିର୍ବାଚନକୁ ନେଇ ଗତକାଲି ଦେଇଥିବା ବୟାନ ଉପରେ ଆଜି ନିଜର ମତ ପରିବର୍ତ୍ତନ କରିଛନ୍ତି ସୁରେଶ ରାଉତରାୟ। ନିଷ୍ପତ୍ତି ବଦଳାଇବା ପରେ ସୋନିଆଙ୍କୁ ଆଉ ଚିଠି ଲେଖିବି ନାହିଁ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ରାଉତରାୟ। ଦଳର ନିଷ୍ପତ୍ତିକୁ ସମ୍ମାନ ଜଣାଇବାକୁ ହେବ, ଏହାକୁ ଖାତିର କରିବାକୁ ପଡିବ । ତେଣୁ ଦ୍ରୌପଦୀଙ୍କୁ ସମର୍ଥନ ପାଇଁ ଆଉ ସୋନିଆଙ୍କୁ ଚିଠି ଲେଖିବି ନାହିଁ । ଦଳର ହ୍ୱିପ ମାନି ଯଶୱନ୍ତ ସିହ୍ନାଙ୍କୁ ଭୋଟ ଦେବି । ତାଙ୍କ ପାଇଁ କ୍ରସ ଭୋଟିଂ ହୋଇପାରେ ବୋଲି ସୁରେଶ ରାଉତରାୟ କହିଛନ୍ତି । ପୂର୍ବରୁ ଦ୍ରୌପଦୀଙ୍କୁ ସମର୍ଥନ ପାଇଁ ସେ ପ୍ରତିକ୍ରିୟା ରଖିଥିଲେ ।

ସୁର ଆଜି ଗଣମାଧ୍ୟମକୁ କହିଛନ୍ତି ଯେ, ଗତକାଲିର ବୟାନ ପରେ ତାଙ୍କ ଉପରେ ଦଳର ଉପରୁ ତଳ ଯାଏଁ ପ୍ରବଳ ଚାପ ପଡିଛି। ଦଳର ହୁଇପ ମାନିବାକୁ ହେବ। ପାର୍ଟି ଆଗ। ହେଲେ ମୋ ମନ କହିଲା ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହୋଇଗଲେଣି। ତେଣୁ ତାଙ୍କୁ ଅଭିନନ୍ଦନ ଜଣାଇ ଦେଇଥିଲି ବୋଲି ସୁର କହିଛନ୍ତି।

Also Read  ଜୁଲାଇ ୨ରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ