ଜୁଲାଇ ୨ରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ

0
155
house-adjourned-due-to-oppositions-hohalla-on-ruchika-suicide-iisue

ଭୁବନେଶ୍ୱର: ଆସନ୍ତା ଜୁଲାଇ ୨ ତାରିଖରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ । ଅଧିବେଶନର ପ୍ରଥମ ଦିନରେ ୨୦୨୨-୨୩ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ ହେବ। ଅଧିବେଶନରେ ରହିଛି ମୋଟ ୨୪ଟି କାର୍ଯ୍ୟ ଦିବସ । ଅଧିବେଶନର ପ୍ରଥମ ଦିନରେ ହିଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ ହେବ ।ଏ ନେଇ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୨୦୨୨-୨୩ ଆର୍ଥିକ ବର୍ଷର ବଜେଟ ଆଗତ ହେବ । ବିଧାନସଭାରେ ବଜେଟ ଆଗତ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ତେବେ ଏଥର ନୂଆ ବାଚସ୍ପତି ଗୃହ ପରିଚାଳନା କରିବେ। ଉଭୟ ଶାସକ ଓ ବିରୋଧୀଙ୍କୁ ନେଇ ସେ କିପରି ଶାନ୍ତି ଶୃଙ୍ଖଳାରେ ସୁରୁଖୁରୁରେ ଗୃହ ଚଳାଇବେ, ତା ଉପରେ ନଜର ରହିଛି।

Also Read  Baripada medical college finally gets a green signal to begin admissions

LEAVE A REPLY

Please enter your comment!
Please enter your name here