ଚାକିରିରୁ ବହିଷ୍କୃତ ହେଲେ ଭିଜିଲାନ୍ସ ଇନ୍ସପେକ୍ଟର ମାନସୀ ଜେନା, ୨୦ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଥିଲେ

0
555
vigilance-inspecotr-mansi-jena-suspended from service

କଟକ: ଲାଞ୍ଚ ନେବା ବେଳେ ଧରାପଡ଼ିଥିଲେ, ଆଜି ବହିଷ୍କୃତ ହେଲେ ଭିଜିଲାନ୍ସ ଇନିସ୍ପେକ୍ଟର ମାନସୀ ଜେନା। ପୁଲିସ୍‌ ଡିଜି ସୁନୀଲ ବଂଶଲ୍‌ ତାଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି। ମାନସୀ ଏବେ ଜେଲରେ ଅଛନ୍ତି। ସେ ଲାଞ୍ଚ ନେବା ଘଟଣା ଗତମାସରେ ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା। ସେ ଗତ ମାସ ୧୨ ତାରିଖରେ ଜଣେ ସହଯୋଗୀଙ୍କ ଜରିଆରେ ୨୦ ଲକ୍ଷ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ । ସମ୍ବଲପୁର ଭିଜିଲାନ୍ସ ଇନିସ୍ପେକ୍ଟର ଥାଇ ସେ ଲାଞ୍ଚ ମାଗିଥିଲେ।

ଲାଞ୍ଚ ମଗାଯାଉଥିବା ନେଇ ଉକ୍ତ ସରକାରୀ କର୍ମଚାରୀ ଜଣକ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଯୋଜନା ମୁତାବକ ମେ’ ୧୨ ତାରିଖରେ ମାନସୀ ମଧ୍ୟସ୍ତି ମୁକେଶ ମାଧ୍ୟମରେ ଲାଞ୍ଚ ଟଙ୍କା ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସର ଇଣ୍ଟରନାଲ ୟୁନିଟ୍ ହାତରେ ଧରା ପଡ଼ିଥିଲା। ଏହା ପରେ ଭିଜିଲାନ୍ସ ଟିମ୍‌ ମାନସୀଙ୍କ ପୈତୃକ ଘର ଓ ଅଫିସ୍‌ରେ ଚଢ଼ଉ କରିଥିଲା। ସେହିପରି ମୁକେଶଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା ଭିଜିଲାନ୍ସ ଟିମ୍‌। ପୂରା ଖୋଳତାଡ଼ ପରେ ମେ’ ୧୪ ତାରିଖରେ ମାନସୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

Also Read  ୨୪ ଘଣ୍ଟାରେ ଦେଶରେ ୩,୩୦୩ କୋଭିଡ୍‌-୧୯ ଆକ୍ରାନ୍ତ; ୩୯ଜଣ ମୃତ