କଟକ ଜଗତପୁରରେ ନକଲି ମୄଦ୍ୟୁ ପାନୀୟ ଫ୍ୟାକ୍ଟ୍ରି ଉପରେ ଚଢାଉ : ନିମ୍ନମାନର ପାଣି ବ୍ୟବହାର ସହ କାଗଜପତ୍ର ଠିକ୍ ନଥିବା ସୂଚନା

0
389
Duplicate-soft-drink-manufacturing-unit-busted-in-cuttack

କଟକ: କଟକ ଜଗତପୁରରେ ଏକ ମୄଦ୍ୟୁ ପାନୀୟ ଗୋଦାମ ଉପରେ ଚଢ଼ାଉ। ସିଏମସି ସ୍ୱାସ୍ଥ୍ୟ ବିଭାଗ , ଜଗତପୁର ପୋଲିସ ଓ ଫୁଡ୍ ସ୍କ୍ୱାର୍ଡ ପହଞ୍ଚି ଛାନଭିନ୍ କରିଛନ୍ତି । ତେବେ ନିମ୍ନମାନର ପାଣି ବ୍ୟବହାର କରାଯାଉଥିବା ଅଭିଯୋଗ ହୋଇଛି । ଅପମିଶ୍ରଣ ସହ ଅନ୍ୟାନ୍ୟ ଅନିୟମିତତା ଅଭିଯୋଗ ହୋଇଛି । ପାଞ୍ଚ ହଜାରରୁ ଉର୍ଦ୍ଧ୍ବ ବୋଲତ ମୄଦ୍ୟୁ ପାନୀୟ ଜବତ କରାଯାଇଛି । କୋଲ୍ଡ ଡ୍ରିଙ୍କସରେ ବ୍ୟବହାର ହେଉଥିବା ସାମ୍ପୁଲ କଲେକ୍ସନ୍ କରାଯାଇ ଯାଞ୍ଚ ପାଇଁ ଲ୍ୟାବକୁ ପଠାଯିବ । ଏହା ସହ ଫ୍ୟାକ୍ଟ୍ରିର କାଗଜପତ୍ର ଠିକ୍ ନଥିବା ଜଣାପଡ଼ିଛି । ପରେ ଗୋଦାମକୁ ସିଲ କରାଯାଇଛି ।

Also Read  ମା' ଙ୍କ ସହ ଆପତ୍ତିଜନକ ଅବସ୍ଥାରେ ଦେଖି ଯୁବକଙ୍କୁ ଲୁହାରଡ଼ରେ ପିଟି ପିଟି ହତ୍ୟା କଲେ ଦୁଇ ନାବାଳକ ପୁଅ