ଆର୍ଥିକ ମାନ୍ଦାବସ୍ଥା: ଏଲନ ମସ୍କଙ୍କ ସମେତ ୫୦୦ ଧନୀଙ୍କ ସମ୍ପତ୍ତି ହ୍ରାସ

0
537
economic-crisis-around-the-world-worlds-biggest-rich-lose-wealth

ୱାଶିଂଟନ: ଆର୍ଥିକ ମାନ୍ଦାବସ୍ଥା ଯୋଗୁଁ ବିଶ୍ୱର ଅରବପତିଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି ହ୍ରାସ ପାଇଛି । ମହାମାରୀ କରୋନାର ପ୍ରକୋପ ହ୍ରାସ ପାଇଥିଲେ ମଧ୍ୟ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କଙ୍କ ଠାରୁ ଆରମ୍ଭ କରି ଜେଫ ବେଜୋସ ଓ ଅନ୍ୟ ଧନୀ ବ୍ୟକ୍ତିମାନଙ୍କ ସମ୍ପତ୍ତି ହଠାତ୍ ହ୍ରାସ ପାଇଛି। ମୋଟ ଉପରେ ବିଶ୍ୱର ୫୦୦ ଧନୀ ବ୍ୟକ୍ତିଙ୍କ ୧.୪ ଟ୍ରିଲୟନ ଡଲାରର କ୍ଷତି ସହିଛନ୍ତି। ଏହାର ଅର୍ଥ ସେମାନଙ୍କ ସମ୍ପତ୍ତିର ମୂଲ୍ୟ ହ୍ରାସ ପାଇଛି। ବ୍ଲୁମବର୍ଗ ବିଲିଓନାୟାର ଇଣ୍ଡେକ୍ସ ୨୦୨୨ ସର୍ଭେ ଅନୁସାରେ, ଷ୍ଟକ୍ ବଜାରର ଖରାପ ସ୍ଥିତି ଯୋଗୁଁ ପ୍ରଥମ ୬ ମାସରେ ବିଶ୍ୱର ବଡ ବଡ ୫୦୦ ଧନୀ ବ୍ୟକ୍ତି ହରାଇଛନ୍ତି ୧୧୧ ଲକ୍ଷ କୋଟି ଟଙ୍କା । ଦୁନିଆର ନମ୍ବର ୱାନ୍ ଧନୀ ଏଲନ୍ ମସ୍କ ୬୦ ବିଲିଅନ୍ ଡଲାର ହରାଇଛନ୍ତି ।

ସେହିପରି ଆମଜନ ପ୍ରତିଷ୍ଠାତା ଜେଫ ବେଜୋସ ମଧ୍ୟ ୬୩ ବିଲିୟନ ଡଲାରର କ୍ଷତି ସହିଛନ୍ତି। ମେଟାର ମାଲିକ ମାର୍କ ଜୁକରବର୍ଗଙ୍କ ସମ୍ପତ୍ତି ଅଧାରୁ ଅଧିକ ହ୍ରାସ ପାଇଛି। ଏହିପରି ଭାବେ ବିଶ୍ୱରର ୫୦୦ ଜଣ ଧନୀ ବ୍ୟକ୍ତି ୨୦୨୨ର ପ୍ରଥମ ୬ ମାସ ଅର୍ଥାତ ଜାନୁଆରୀରୁ ଜୁନ୍ ମଧ୍ୟରେ ମୋଟ ୧.୪ ଟ୍ରିଲିୟନ ଡଲାରର କ୍ଷତି ସହିଛନ୍ତି। ପ୍ରଥମଥର ପାଇଁ ବିଶ୍ୱର ଧନୀ ବ୍ୟକ୍ତିଙ୍କ ସମ୍ପତ୍ତିରେ ଏପରି ହ୍ରାସ ଦେଖିବାକୁ ମିଳିଛି। ଟେକ୍ନିକାଲ କମ୍ପାନୀ ଠାରୁ ଆରମ୍ଭ କରି କ୍ରିପ୍ଟୋକରେନ୍ସିର ମୂଲ୍ୟ ଏବେ ହ୍ରାସ ପାଉଛି। ସେହିପରି ଅନ୍ତର୍ଜାତୀୟ ସ୍ତରରେ ଅର୍ଥନୀତିକ ଅଭିବୃଦ୍ଧି କରୋନାର ପରବର୍ତ୍ତୀ ସମୟରେ ସେତାଟା ଆଖି ଦୃଶିଆ ହୋଇନି। ଏହାବାଦ ମୁଦ୍ରାସ୍ଫୀତି ମଧ୍ୟ ଧନୀ ବ୍ୟକ୍ତିଙ୍କ ସମ୍ପତ୍ତି ହ୍ରାସ ହେବାର ଆଉ ଏକ କାରଣ।

ଅନ୍ୟପଟେ ଭାରତର ବଡ ଧନୀ ଆଦାନୀ ଓ ଅମ୍ବାନୀଙ୍କ ଉପରେ କିନ୍ତୁ ଧନ ବର୍ଷା ହୋଇଛି । ବିଶ୍ୱ ଧନୀ ତାଲିକାରେ କେବଳ ଟପ୍ -୧୦ ତାଲିକାରେ ଥିବା ଭାରତୀୟ ଅରବପତି ସେମନଙ୍କର ଧନ ବୃଦ୍ଧି କରିଛନ୍ତି । ଗୌତମ ଆଦ।।ନୀଙ୍କ ପରିମାଣ ୨୨.୩ ବିଲିଅନ୍ ଡଲାର ବୃଦ୍ଧି ହୋଇ ୯୮.୮ ବିଲିଅନ୍ ଡଲାରରେ ପହଞ୍ଚିଛି । ସେ ବର୍ତ୍ତମାନ ଶ୍ରେଷ୍ଠ ୧୦ ଜଣ ଧନୀଙ୍କ ମଧ୍ୟରେ ଅଛନ୍ତି । ଏହା ସହ ରିଲାଏନ୍ସ ଓନର ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ମଧ୍ୟ ବଢିଛି । ତାଙ୍କର ମୋଟ ସମ୍ପତ୍ତି ଏବେ ୯୩ ବିଲିଅନ୍ ଡଲାରରେ ପହଞ୍ଚିଛି ।

Also Read  ଖବରକାଗଜ ହକରଙ୍କୁ ମିଳିଲା ୬ହଜାର କୋଭିଡ ସହାୟତା