ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାରେ ବିଜେବି କଲେଜରେ ମହିଳା କମିସନଙ୍କ ତଦନ୍ତ ଆରମ୍ଭ

0
242
ruchika-suicide-case-3-senior-student-identify

ଭୁବନେଶ୍ବର: ବହୁ ଚର୍ଚ୍ଚିତ ବିଜେବି ସ୍ବୟଂଶାସିତ (ବକ୍ସି ଜଗବନ୍ଧୁ ବିଦ୍ୟାଧର) କଲେଜର ଯୁକ୍ତ ୩ ପ୍ରଥମ ବର୍ଷ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାରେ ରାଜ୍ୟ ମହିଳା କମିସନ୍‌ ଅବଗତ ହୋଇଛନ୍ତି। ଆଜି ମହିଳା କମିସନ୍‌ରଙ୍କ ନେତୃତ୍ବରେ ୩ ଜଣିଆ ଟିମ୍‌ ଘଟଣାର ତଦନ୍ତ ପାଇଁ ବିଜେବି କଲେଜକୁ ଯାଇ ପଚରାଉଚରା କରିଛନ୍ତି। ରୁଚିକା ଆତ୍ମହତ୍ୟା କରିଥିବା ହଷ୍ଟେଲ ରୁମ୍‌ ଦେଖିଛନ୍ତି । ହଷ୍ଟେଲ ୱାଡେନ ଓ କିଛି ଛାତ୍ରୀଙ୍କୁ ପଚରାଉଚୁରା କରିଥିବା ଜଣାପଡ଼ିଛି ।

ତେବେ ବିଜେବି କଲେଜ ହଷ୍ଟେଲରେ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାରେ ବିଭିନ୍ନ ଛାତ୍ର ସଂଗଠନ ରାସ୍ତାକୁ ଓହ୍ଲାଇଛି। ନବ ନିର୍ମାଣ ଯୁବ ଛାତ୍ର ସଂଗଠନ ପକ୍ଷରୁ ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ରୁଚିକା ମହାନ୍ତିଙ୍କ ବାପା-ମାଆଙ୍କୁ ସାଥିରେ ଧରି କଲେଜରେ ରାଗିଂ ବିରୋଧରେ ଛାତ୍ରଛାତ୍ରୀମାନେ ନାରା ବାଜି କରିଛନ୍ତି। ସେହିପରି ଆତ୍ମହତ୍ୟା ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି ।

Also Read  ଉପରମୁହାଁ କରୋନା ସଂକ୍ରମଣ, ଦିନକରେ ଦୁଇ ହଜାରରୁ ଅଧିକ ଚିହ୍ନଟ

LEAVE A REPLY

Please enter your comment!
Please enter your name here