ଭିଜିଲାନ୍ସ ଜାଲରେ ନବରଙ୍ଗପୁର DEO ଅଫିସ୍‌ ଆକାଉଣ୍ଟାଣ୍ଟ

0
283
vigilance raid

ନବରଙ୍ଗପୁର: ଏକ ଲକ୍ଷ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଆକାଉଣ୍ଟାଣ୍ଟ । ନବରଙ୍ଗପୁର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ଆକାଉଣ୍ଟାଣ୍ଟ କମ୍ ପ୍ରୋଗାମର ବିକାଶ ଶାନା ବିଲ୍ କରିବା ପାଇଁ ଏକ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ମଧ୍ୟାହ୍ନ ଭୋଜନ ଚାଉଳ ବଣ୍ଟନ ଟ୍ରାନ୍ସପୋର୍ଟ ବିଲ୍‌ କରାଇ ଦେବାକୁ ନେଉଥିଲେ ଲାଞ୍ଚ । ଠିକାଦାରଙ୍କ ଠାରୁ ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ । ତାଙ୍କ ପାଖରୁ ନଗଦ ଏକ ଲକ୍ଷ ଟଙ୍କା ଜବତ କରିବା ସହ ବିକାଶ ରହୁଥିବା ନବରଙ୍ଗପୁର ସହର ସ୍ଥିତ ଭଡା ଘରେ ଏବଂ ତାଙ୍କ ନିଜ ଘର ଉମରକୋଟ ରେ ମଧ୍ୟ ଚଢ଼ାଉ ଜାରି ରଖିଛି କୋରାପୁଟ ଭିଜିଲାନ୍ସ ଟିମ।

ଠିକାଦାର ଜଣକ ଜିଲ୍ଲା କେନ୍ଦ୍ରରୁ ବିଭିନ୍ନ ବିଦ୍ୟାଳୟକୁ ମଧ୍ୟାହ୍ନ ଭୋଜନ ଚାଉଳ ବସ୍ତା ପହଞ୍ଚାଉଥିଲେ। ଟ୍ରାନ୍ସପୋର୍ଟ ବିଲ୍ ବାବଦ ସିକ୍ୟୁରିଟୀ ଡିପୋଜିଟ୍ ରିଲିଜ୍ କରିବାକୁ ସମ୍ପୃକ୍ତ ଆକାଉଣ୍ଟାଣ୍ଟ୍ ଠିକାଦାରଙ୍କୁ ଲାଞ୍ଚ ମାଗିଥିଲେ। ଏନେଇ ଠିକାଦାର ଭିଜିଲାନ୍ସ ଥାନାରେ ଅଭିଯୋଗ କରିଥିଲେ। ଆଜି ସନ୍ଧ୍ୟାରେ ସେ ଲାଞ୍ଚ ନେବାବେଳେ ଭିଜିଲାନସ୍ ମାଡ଼ି ବସିଥିବା। ମାନାଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତଦନ୍ତ ଆରମ୍ଭ ହୋଇଛି।

Also Read  Total Shame! Rape on a 7-year old girl in Bhadrak, Odisha