ସମ୍ୱଲପୁର: ସମ୍ବଲପୁର ସାପଲହରୀ ଗାଁରେ ହୋଇଥିବା ହାତୀ ମୃତ୍ୟୁର ଆସିଛି ବ୍ୟବଚ୍ଛେଦ ରିପୋର୍ଟ । ମୃତଦେହ ବ୍ୟବଚ୍ଛେଦ ପରେ ଘଟଣାକ୍ରମ ବର୍ଣ୍ଣନା କରିଛନ୍ତି ଡିଏଫଓ । ହାତୀକୁ ଗୁଳିମାଡ ହୋଇଥିଲା କହିଲେ ଡିଏଫଓ । ହାତୀ ଶରୀରରେ ୪ ଇଞ୍ଚର ଲମ୍ବା, ୨.୫ ଇଞ୍ଚ ଗୋଲେଇର ବୁଲେଟ ଥିଲା । ପ୍ରେସମିଟ କରି ସୂଚନା ଦେଲେ ସମ୍ବଲପୁର ଡିଏଫଓ । ଗୁଳିମାଡ ଯୋଗୁଁ ଇନଫେକ୍ସନ ହୋଇଥିଲା । ଇନଫେକ୍ସନ ବଢି ସେପଟିମେସିଆରେ ପରିଣତ ହୋଇଥିଲା । ପରେ ବିଭିନ୍ନ ଅଙ୍ଗ ଅକାମୀ ହୋଇଯିବାରୁ ହାତୀର ମୃତ୍ୟୁ ହୋଇଛି । ବିଶେଷଜ୍ଞ ଡାକ୍ତରଙ୍କ ଆଲୋଚନା ପରେ ସୂଚନା ଦେଲେ ଡିଏଫଓ ।
ଏହି ଘଟଣାରେ ୩ ଜଣଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି । ସେମାନଙ୍କ ପାଖରୁ ମାରଣାସ୍ତ୍ର, ଛୁରୀ, ଦେଶୀ ବନ୍ଧୁକ ଜବତ କରାଯାଇଛି । ରୋଲ୍ ସିଜ୍ ଆର୍ମ ଆକ୍ଟ,, ଓ୍ବାଇଲ୍ଡ ଲାଇଫ ଆକ୍ଟ,, ଇନଫରମେସନ ଆକ୍ଟରେ ମାମଲା ରୁଜୁ କରାଯାଇଛି । କେନ୍ଦ୍ରାପାଟ ସଂରକ୍ଷିତ ଜଙ୍ଗଲରେ ଗଛ ଉପରୁ ଗୁଳି କରାଯାଇଥିବା ଡିଏଫ୍ଓ କହିଛନ୍ତି ।