ଟଙ୍କା ପାଇଁ ତୁଚ୍ଛ ହେଲା ସମ୍ପର୍କ, ସାନ ଭାଇକୁ ପୋଡ଼ିକି ମାରିଲା ବଡ ଭାଇ

0
571
Bomb Attack over bali-ghata-issue one died

କଳାବାଡିଆ/ମୟୁରଭଞ୍ଜ: ଟଙ୍କା ଆଗରେ ତୁଚ୍ଛ ହେଲା ସମ୍ପର୍କ । ସାମାନ୍ୟ କେଇଟା ଟଙ୍କା ପାଇଁ ନିଜ ସାନ ଭାଇକୁ ହତ୍ୟା କରିବା ଅଭିଯୋଗରେ ଗିରଫ ହେଲା ବଡ ଭାଇ । ଚାରି ଲକ୍ଷ ଟଙ୍କା ଭାଗବଣ୍ଟାକୁ ନେଇ ହେଲା ତୁମୁଳକାଣ୍ଡ । ସାନ ଭାଇକୁ ପୋଡ଼ି ମାରିବା ଅଭିଯୋଗରେ ଗିରଫ ହେଲା ବଡ଼ ଭାଇ। ସୂଚନା ଅନୁସାରେ, ବାଙ୍ଗିରିପୋଷି ଥାନା କଳାବାଡିଆ ପଞ୍ଚାୟତ କଲୋନୀ ସାହି ରେ ବସବାସ କରୁଥିଲେ ମକୁରୁ ସିଂ ଙ୍କ ଚାରିପୁଅ। ଚାରି ପୁଅ ମଧ୍ୟ ରୁ ବଡ଼ଭାଇ ମଣ୍ଟୁ ସିଂ (୩୦) ଓ ସାନଭାଇ ଝଣ୍ଟୁ ସିଂ (୨୫) ମଧ୍ୟ ରେ ଟଙ୍କା ଭାଗ ବଣ୍ଟା କୁ ନେଇ ସବୁ ଦିନ ହେଉଥାଏ କଳହ। ଏକ ବର୍ଷ ପୂର୍ବରୁ ପାଣି ରେ ବୁଡି ନିଜ ମା ବୈଶାଖି ସିଂ ମୃତ୍ୟୁ ବରଣ କରିଥିଲେ। ସରକାର ତରଫରୁ ମିଳିଥିବା ଚାରି ଲକ୍ଷ ଟଙ୍କା ବଡ଼ଭାଇ ମଣ୍ଟୁ ଏକାଉଣ୍ଟ୍ ରେ ଆସିଥିଲେ ମଧ୍ୟ ସେ କୋୖଣସି ଭାଇ ଙ୍କୁ ଦେଉନଥିଲେ। ଭଗବଣ୍ଟା କୁ ନେଇ ଦୁଇ ଭାଇ ମଧ୍ୟ ରେ ଅଧିକାଂଶ ସମୟ କଳିକଜିଆ ଲାଗି ରହୁଥିଲା।

ଗତ ଫେବୃଆରୀ ୧୫ ତାରିଖ ରାତି ଘରେ ଝଣ୍ଟୁ ସିଂ ସହିତ ସ୍ତ୍ରୀ ମାଣିକ ସିଂ, ତାଙ୍କ ଆଠ ବର୍ଷର ପୁଅ ଶୋଇଥିବା ବେଳେ ବଡ଼ଭାଇ ମଣ୍ଟୁ ନିଶାରେ ଝରକା ପଟେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲା। ଘରେ ବାହର ପଟୁ କବାଟ ବନ୍ଦ କରିଦେଇଥିଲା । ନିଆଁ ଧାଁସ ରେ ସ୍ତ୍ରୀ ଓ ପୁଅର ନିଦ ଭାଙ୍ଗିବା ସହିତ ଚିତ୍କାର କରି ଥିଲେ ମଧ୍ୟ କେହି ଶୁଣି ନଥିଲେ। ଶେଷରେ ଛୁଆ ଟି ନିଜ ମାମୁଁ ଘରକୁ ଫୋନ କରି ଡାକି ଥିଲା। ମାମୁଁ ସହିତ ଗ୍ରାମ ବାସୀ କବାଟ ଖୋଲିଥିଲେ ମଧ୍ୟ ସେତେବେଳକୁ ଝଣ୍ଟୁ ୫୦%ରୁ ଅଧିକ ପୋଡ଼ି ଯାଇଥିଲେ। ଛୁଆ ଓ ମାଣିକ ମଧ୍ୟ ଆହତ ହୋଇଥିଲେ। ବାରିପଦା ରେ ଚିକିତ୍ସା ଅବସ୍ଥା ରେ ଝଣ୍ଟୁର ମୃତ୍ୟୁ ହେବା ପରେ ସ୍ତ୍ରୀ ମାଣିକ ର ଅଭିଯୋଗ କ୍ରମେ ପୁଲିସ ମଡ଼ର୍ର କେଶ ରୁଜୁ କରି ତଦନ୍ତ କରୁଥିଲେ। ଏସଡିପିଓ କେକେ ହରିପ୍ରସାଦ ସହିତ ଥାନା ଅଧିକାରୀ ସଂଞୟ କୂମାର ପରିଡ଼ା କଲୋନୀ ସାହି ଯାଇ ଅଧିକ ତଥ୍ୟ ହାସଲ ପାଇଁ ମଣ୍ଟୁକୁ ଦୁଇଦିନ ପୂର୍ବରୁ ଥାନା ଉଠାଇ ଆଣିଥିଲେ। ନିଜେ ଥାନା ଆସି ଏସପି ଖିଲାରି ରିଶିକେଶ ଦାନଦେଓ ମଣ୍ଟୁ କୁ ପଚରାଉଚରା କରିଥିଲେ। ମଣ୍ଟୁ ନିଆଁ ଲଗାଇ ଥିବା ମାନିଲା ପରେ ପୁଲିସ ଗିରଫ କରିବା ସହିତ କୋର୍ଟ ଚାଲାଣ କରିଛି। ପୁଲିସ ୪୦/୨୨ କେସ ରୁଜୁ କରି ତଦନ୍ତ ଚଳାଇଛି।

Also Read  OEW demands Transparency in Fund raising of all Odisha Political Parties for smoothness in Upcoming Panchayat Polls