ଯୁଦ୍ଧ ଯୋଗୁଁ ୟୁରୋପରେ ବଢ଼ୁଛି ଶରଣାର୍ଥୀ ସମସ୍ୟା; ୟୁକ୍ରେନ ଛାଡିଲେଣି ୧୭ ଲକ୍ଷରୁ ଅଧିକ ନାଗରିକ

0
395
Refugee problems are on the rise in Europe due to the war

ନୂଆଦିଲ୍ଲୀ: ୟୁକ୍ରେନ ଓ ରୁଷ ମଧ୍ୟରେ ଚାଲିଥିବା ଯୁଦ୍ଧ ଆଜି ୧୨ତମ ଦିନରେ ପହଞ୍ଚିଛି। ରୁଷର ଘନଘନ ହମଲାରେ ୟୁକ୍ରେନ ଛିନଛତ୍ର ହେବାକୁ ବସିଲାଣି। ତଥାପି ଯୁଦ୍ଧ ଥମିବାର ନାଁ ଧରୁନି। ଯୁଦ୍ଧ ଯୋଗୁ ଦେଶ ଛାଡୁଛନ୍ତି ୟୁକ୍ରେନବାସୀ । ଏଥିପାଇଁ ୟୁରୋପରେ ବଢୁଛି ଶରଣାର୍ଥୀ ସମସ୍ୟା । ଏବେସୁଦ୍ଧା ୧୭ ଲକ୍ଷରୁ ଅଧିକ ୟୁକ୍ରେନ ନାଗରିକ ଦେଶ ଛାଡ଼ିଥିବା ଜାତିସଂଘ ଶରଣାର୍ଥୀ ଏଜେନ୍ସି ବା UNHRC ରିପୋର୍ଟ ଦେଇଛି । ୟୁକ୍ରେନରେ ଗତ ୧୩ ଦିନ ଧରି ଆକ୍ରମଣ କରୁଛି ଋଷ୍ । ମିସାଇଲ ମାଡ଼, ଗୁଳି ଗୋଳା ବର୍ଷା ଯୋଗୁ ଛାରଖାର ହୋଇଛି ଅନେକ ସହର । ବହୁ ବଡ଼ ସହରର ବିରାଟ ବିରାଟ କୋଠା ମାଟିରେ ମିଶିଯାଇଛି । ଅନେକ ନିରିହ ଲୋକ ପ୍ରାଣ ହରାଇଛନ୍ତି ।

ଯୁଦ୍ଧ ଭୟରେ ପରିବାର ସହ ଦେଶ ଛାଡ଼ି ସୁରକ୍ଷିତ ଚାଲିଯାଇଛନ୍ତି ଅନେକ ୟୁକ୍ରେନ ନାଗରିକ । ଏ ପର୍ଯ୍ୟନ୍ତ ୧୭ଲକ୍ଷରୁ ଅଧିକ ନାଗରିକ ଦେଶ ଛାଡ଼ିଥିବାବେଳେ ସେମାନଙ୍କ ମଧ୍ୟରେ ଅଧିକାଂଶ ଯୁବବର୍ଗ ରହିଛନ୍ତି । ୧୦ଲକ୍ଷରୁ ଅଧିକ ପୋଲାଣ୍ଡରେ ଶରଣାର୍ଥୀ ପାଲଟିଥିବା ବେଳେ ୧ ଲକ୍ଷ ୮୦ ହଜାର ହଙ୍ଗେରୀରେ ଓ ୧ ଲକ୍ଷ ୨୮ହଜାର ସ୍ଲୋବାକିଆରେ ଶରଣାର୍ଥୀ ପାଲଟିଛନ୍ତି । ସେହିପରି ମାଲଡୋଭାରେ ୮୦ ହଜାରରୁ ଅଧିକ ୟୁକ୍ରେନ ନାଗରିକ ଶରଣ ନେଇଛନ୍ତି । ସେହିପରି ରୋମାନିଆ, ବେଲାଋଷରେ ମଧ୍ୟରେ ଅନେକ ଲୋକ ରହିଥିବା UNHRC ରିପୋର୍ଟ ଦେଇଛି । ଶରଣାର୍ଥୀଙ୍କୁ ସହଯୋଗ ପାଇଁ ୟୁରୋପୀୟ ସଂଘର ୨୭ ସଦସ୍ୟ ରାଷ୍ଟ୍ରକୁ ସଂଘ ଆହ୍ବାନ ଦେଇଛି ।

Also Read  ଜାପାନ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି, କହିଲେ “କରୋନା କାଳରେ ବିଶ୍ୱରେ ଭାରତ-ଜାପାନ ସହଭାଗୀତା ଖୁବ୍ ଗୁରୁତ୍ୱପୂର୍ଣ୍ଣ”

LEAVE A REPLY

Please enter your comment!
Please enter your name here