ଜାଣନ୍ତୁ କ’ଣ ଖାଇଲେ ପ୍ରକୃତ ବୟସଠାରୁ ୨୦ ବର୍ଷ କମଭଳି ଦେଖାଯିବେ ?

0
313
What to Eat to Look Younger

ଖଡ଼ା ଶାଗ: ଖଡ଼ା ଶାଗରେ ଲୁଟେନ୍ ଏବଂ ଜେଵାନଥୁନ୍ ନାମକ ଆଣ୍ଟି ଅକ୍ସି ଡାଣ୍ଟ ଥାଏ ଯାହା ବୟସ ସମ୍ବନ୍ଧୀୟ ମାନସିକ ସମସ୍ୟାକୁ ଦୂର କରିଥାଏ, ବଢ଼ାଇଥାଏ ଏବଂ ହାଡ଼କୁ ମଜବୁତ କରିଥାଏ।

ବ୍ରୋକୋଲି: ବ୍ରୋକୋଲି ଏକ ପୋଷକଯୁକ୍ତ ଖାଦ୍ୟ। ଏଥିରେ ଭିଟାମିନ, କ୍ୟାଲସିୟମ୍ ଏବଂ ଫାଇବର ପ୍ରଚୁର ପରିମାଣରେ ଥାଏ। ଏହା ଖାଇଲେ ବୟସଗତ ସମସ୍ୟାରୁ ମୁକ୍ତି ମିଳେ।

ଟମାଟୋ: ଟମାଟୋରେ ଲାଇକୋପାଇନ ଥାଏ ଯାହା ବୟସାଧ୍ କ୍ଯ ଯୋଗୁଁ ଚର୍ମ କୁଞ୍ଚନକୁ ଏହା ଦୂର କରି ଥା ଏ ଏବଂ ମୃ ତ କୋଷଗୁଡ଼ିକୁ ବାହାର କରି ନବଯୌବନ ପ୍ରଦାନ କରିଥାଏ।

ଗ୍ରୀନ ଟି : ଗ୍ରି ନ୍ ଟିରେ ଆଣ୍ଟି ଅକ୍ସିଡାଣ୍ଟ ଭରି ରହିଛି ଯାହା ଚର୍ମ କୁଞ୍ଚନକୁ ଦୂର କରି ମେଦବହୁଳତାକୁ ହ୍ରାସ କରିଥାଏ।

ଜାମୁକୋଳି : ଜାମୁକୋଳିରେ ଆଣ୍ଟି ଅକ୍ସି ଡାଣ୍ଟ ରହିଛି ଯାହା ଶରୀରରୁ କ୍ଷତି କାରକ ଉପାଦାନକୁ ବାହାର କରି ଶରୀରର କୋଷକୁ ଠିକ୍ ଭାବେ କାର୍ଯ୍ୟକାରୀ କରିଥାଏ ।

ଡାର୍କ ଚକୋଲେଟ: ଡାର୍କ ଚକୋଲେଟରେ ଆଣ୍ଟି ଅକ୍ସି ଡାଣ୍ଟ ଥାଏ। ଏହା କ୍ଷତିକାରକ ବ୍ୟାକ୍ଟେରି ଆକୁ ଶରୀର ମଧ୍ୟକୁ ପ୍ରବେଶ କରିବାକୁ ରୋକିଥାଏ ଏବଂ ମୁକ୍ତ ଉପାଦାନ ଯାହା ଆମ କୋଷକୁ କ୍ଷତି ପହଞ୍ଚାଇଥାଏ ତାକୁ ନଷ୍ଟ କରିଥାଏ।

ମହୁ: ମହୁ ବ୍ୟାକ୍ଟେରିଆ ବିହୀନ ହୋଇଥାଏ ଯାହା ସଂକ୍ରମଣକୁ ଦୂର କରିବାରେ ଲାଭଦାୟକ ହୋଇ ଥାଏ। ଏହା ନଷ୍ଟ ହୋଇଯାଇଥିବା ମସ୍ତିଷ୍କ କୋଷ ଏବଂ କ୍ଷତକୁ ପୁର୍ନଜୀବିତ କରିଥାଏ।

ସାଲମନ୍ ମାଛ: ପ୍ରୋଟିନ୍, ଧାତବ ପଦାର୍ଥ, ଭିଟାମିନ୍ ଏବଂ ରେ ଗଢ଼ା ସାଲମନ୍ ମାଛ ସୁସ୍ଥ ହୃଦୟ ପାଇଁ ଏକ ସ୍ୱାସ୍ଥ୍ୟକର ଖାଦ୍ୟ। ଏହା ତ୍ବଚାରେ ବୟସର ଦାଗ ଏବଂ ଚର୍ମ କୁଞ୍ଚନକୁ ଦୂର କରି ତ୍ଵଚାକୁ ଏକ ସୁନ୍ଦର ଗଠନ ଦେଇଥାଏ। ର ସୁ ଣ ରସୁ ଣ ରେ ଆଣ୍ଟି ଅକ୍ସିଡା ଣ୍ଟ ପ୍ରଚୁର ପରିମାଣରେ ରହିଥାଏ ଯାହା ଶରୀରରେ ରକ୍ତଚାପ ଏବଂ କୋଲେଷ୍ଟୋଲର ପରିମାଣକୁ କମ୍ କରି ନବଯୌବନ ପ୍ରଦାନ କରିଥାଏ।

ବାଦାମ: ବାଦାମରେ ଓମେଗା ୩ ଥାଏ ଯାହା ହୃତପିଣ୍ଡ ଓ ଧମନୀ ସମ୍ବନ୍ଧୀୟ ସମସ୍ୟାକୁ ହ୍ରାସ କରି ଥାଏ। କୋଷର କାର୍ଯ୍ୟକୁ ସକ୍ରିୟ କରିବା ସହ ଶରୀରର ଅଙ୍ଗପ୍ରତ୍ୟଙ୍ଗର କାର୍ଯ୍ୟକୁ ଠିକ୍ ଭାବେ ସମ୍ପାଦନ କରିଥାଏ।

Also Read  ସେପ୍ଟେମ୍ବର ୫ ସୁଦ୍ଧା ଚୂଡାନ୍ତ ହେବ ବ୍ରିଟେନ୍‍ର ନୂଆ ପ୍ରଧାନମନ୍ତ୍ରୀ

LEAVE A REPLY

Please enter your comment!
Please enter your name here