ଭୁବନେଶ୍ୱର: ପୌର ନିର୍ବାଚନ ପାଇଁ ଆସନ୍ତା ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ଯୁକ୍ତ ୩ ପରୀକ୍ଷା ବନ୍ଦ ରହିବ। ଯୁକ୍ତ ୩ ଓ ବିଶ୍ୱବିଦ୍ୟାଳୟ ସ୍ତରରେ ହେବାକୁ ଥିବା ପରୀକ୍ଷା ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏ ନେଇ କୁଳପତି, କଲେଜ ଅଧ୍ୟକ୍ଷଙ୍କୁ ନିର୍ଦେଶ ଦିଆଯାଇଛି। ରାଜ୍ୟ ନିର୍ବାଚନ କମିଶନଙ୍କ ଚିଠି ପରେ ନିର୍ଦେଶନାମା ଜାରି କରାଯାଇଛି।
ପୌର ନିର୍ବାଚନରେ କଲେଜ ଗୁଡିକରେ ବୁଥ୍ ହେଉଥିବାରୁ ପରୀକ୍ଷା ବନ୍ଦ ରହିବ । ଆସନ୍ତା ମାର୍ଚ୍ଚ ୨୪ରେ ପୌର ନିର୍ବାଚନ ପାଇଁ ପଡିବ ଭୋଟ । ତେବେ ଏହି ସମୟରେ ଯୁକ୍ତ ୩ ଓ ବିଶ୍ୱବିଦ୍ୟାଳୟ ସ୍ତରରେ ପରୀକ୍ଷା ଥିବାରୁ ଏହାକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି ।