ଟ୍ରିପଲ ଜମ୍ପରେ ଭାରତ ପାଇଁ ସ୍ୱର୍ଣ୍ଣ ଜିତିଲେ ଏଲଡୋସ ପୌଲ, ରୌପ୍ୟ ଜିତିଲେ ଅବଦୁଲ୍ଲା ଆବୁବାକର

0
477
Eldhose Paul clinches gold, Abdulla Aboobacker bags silver in Men’s triple jump

ବର୍ମିଂହମ୍: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୧୦ମ ଦିନରେ ଭାରତର ମେଡାଲ ବର୍ଷା ଦେଖିବାକୁ ମିଳିଛି । ଟ୍ରିପଲ ଜମ୍ପରେ ଭାରତକୁ ଦୁଇଟି ପଦକ ମିଳଛି । ଟ୍ରିପଲ ଜମ୍ପରେ ଭାରତ ପାଇଁ ଏଲଡୋସ ପୌଲ ସ୍ୱର୍ଣ୍ଣ ପଦକ ଜିତିଥିବାବେଳେ ଅବଦୁଲ୍ଲା ଆବୁବାକର ରୌପ୍ୟ ପଦକ ଜିତିଛନ୍ତି । ଏହାସହିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତର ପଦକ ସଂଖ୍ୟା ୪୬କୁ ବୃଦ୍ଧି ପାଇଛି । ଭାରତକୁ ଏଯାଏଁ ୧୬ ସ୍ୱର୍ଣ୍ଣ, ୧୨ ରୌପ୍ୟ ଓ ୧୮ ବ୍ରୋଞ୍ଜ ପଦକ ମିଳିଲାଣି । ଏଲଡୋସ ପଲ ୧୭.୦୩ ମିଟର ଜମ୍ପ ସହ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସେହିପରି ଅବଦୁଲା ଅବୁବକାର ୧୭.୦୨ ମିଟର ଜମ୍ପ କରି ରୌପ୍ୟ ପଦକ ହାସଲ କରିଛନ୍ତି । ଏହି ଦୁଇ ଭାରତୀୟ ପ୍ରତିଯୋଗୀଙ୍କ ମଧ୍ୟରେ କେବଳ ୧ସେମି ଦୂରତା ରହିଥିଲା ।

Also Read  ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଜେଡିର ଷ୍ଟାର ପ୍ରଚାରକ ତାଲିକା ଘୋଷଣା, ପ୍ରଚାର ମଙ୍ଗ ଧରିଲେ ବିଜେଡି ସୁପ୍ରିମୋଙ୍କ ସହ ୪୦ ନେତା