ଦିନିକିଆ କ୍ରିକେଟରୁ ଅବସର ଘୋଷଣା କଲେ ଇଂଲଣ୍ଡର ଅଲ୍‌ରାଉଣ୍ଡର ବେନ୍‌ ଷ୍ଟୋକ୍ସ

0
369
Ben Stokes Announces Retirement From ODIs

ନୂଆଦିଲ୍ଲୀ: ଦିନିକିଆ କ୍ରିକେଟକୁ ଅଲବିଦା କହିଲେ ବେନ ଷ୍ଟୋକ୍ସ । ଦିନିକିଆ କ୍ରିକେଟରୁ ସନ୍ନ୍ୟାସ ନେବା ପାଇଁ ଘୋଷଣା କରିଛନ୍ତି ଇଂଲଣ୍ଡର ଷ୍ଟାର୍‌ କ୍ରିକେଟର୍‌ ତଥା ଅଲ୍‌ରାଉଣ୍ଡର ବେନ୍‌ ଷ୍ଟୋକ୍ସ। ୩୧ ବର୍ଷ ବୟସରେ ସେ ଦିନିକିଆ କ୍ରିକେଟ୍‌ରୁ ଅବସର ନେଇଛନ୍ତି। ଆସନ୍ତା ମଙ୍ଗଳବାର ଦକ୍ଷିଣ ଆଫ୍ରିକା ବିପକ୍ଷରେ ହେବାକୁ ଥିବା ଦିନିକିଆ ମ୍ୟାଚ ହେବ ତାଙ୍କର ଶେଷ ଦିନିକିଆ ମ୍ୟାଚ । ତାଙ୍କର ଏଭଳି ନିଷ୍ପତ୍ତିରେ ଅନେକ କ୍ରିକେଟ ଫ୍ୟାନ ଆଶ୍ଚର୍ଯ୍ୟ ହୋଇଛନ୍ତି । ସେ ଟେଷ୍ଟ ମ୍ୟାଚ୍‌ ଉପରେ ଅଧିକ ଗୁରୁତ୍ଵ ଦେବା ପାଇଁ ଏହି ନିଷ୍ପତ୍ତି ନେଇଥିବା ଟ୍ୱିଟ୍ କରି ଜଣାଇଛନ୍ତି ।

ବେନ୍‌ ଷ୍ଟୋକ୍ସ ଏକ ବୟାନ ଜାରି କରି କହିଛନ୍ତି, ‘ମୁଁ ମଙ୍ଗଳବାର ଇଂଲଣ୍ଡ ପାଇଁ ନିଜର ଶେଷ ଦିନିକିଆ ମ୍ୟାଚ୍‌ ଖେଳିବି। ମୁଁ ଏହି ଫର୍ମାଟ୍‌ରୁ ସନ୍ନ୍ୟାସ ନେବାର ନିଷ୍ପତ୍ତି ନେଇଛି। ଏହା ମୋ ପାଇଁ ବହୁତ କଷ୍ଟକର ନିଷ୍ପତ୍ତି ରହିଛି। ଇଂଲଣ୍ଡ ପାଇଁ ମ୍ୟାଚ୍‌ ଖେଳି ମୁଁ ପ୍ରତ୍ୟେକ ମିନିଟ୍‌କୁ ଏନ୍‌ଜୟ କରିଛି। ଆମ ଯାତ୍ରା ବହୁତ ବଢ଼ିଆ ରହି ଆସିଛି’।

ସେ ଆହୁରି କହିଛନ୍ତି, ‘ଏ ଯାଏ ପହଞ୍ଚିବାର ନିଷ୍ପତ୍ତି ବହୁତ ମୁସ୍କିଲ ଥିଲା। କିନ୍ତୁ ମୁଁ ଏହି ଫର୍ମାଟରେ ନିଜର ୧୦୦ ପ୍ରତିଶତ ଦେଇପାରି ନାହିଁ। ଇଂଲଣ୍ଡର ଜର୍ସି ଏହାଠାରୁ ଭଲ ଡିଜର୍ଭ କରୁଛି। ଏହି ଫର୍ମାଟ ମୋ ପାଇଁ ନ ଥିଲା। ମୋ ଶରୀର ମଧ୍ୟ ସେହିଭଳି ଭାବେ ମୋ ସାଥ୍‌ ଦେଉନାହିଁ। ମୋତେ ଲାଗୁଛି, ମୁଁ ଆଉ କେଉଁ ଖେଳାଳିଙ୍କ ଜାଗା ନେଉଛି। ଏହା ଆଗକୁ ବଢ଼ିବାର ସମୟ’।

ଷ୍ଟୋକ୍ସ ଦିନିକିଆ କ୍ୟାରିଅର କଥା ଦେଖିବାକୁ ଗଲେ ତେବେ ସେ ଇଂଲଣ୍ଡ ପାଇଁ ଆୟରଲ୍ୟାଣ୍ଡ ବିପକ୍ଷ ୨୦୧୧ରେ ଡେବ୍ୟୁ କରିଥିଲେ ।ଷ୍ଟୋକ୍ସ ୨୦୧୯ ଦିନିକିଆ ବିଶ୍ଵ କପରେ ଇଂଲଣ୍ଡକୁ ଚାମ୍ପିଅନ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ୨୦୧୧ରେ ଆର୍ୟଲ୍ୟାଣ୍ଡ ବିପକ୍ଷରେ ସେ ଇଂଲଣ୍ଡ ପାଇଁ ଦିନିକିଆରେ ଡେବ୍ୟୁ କରିଥିଲେ। ସେ ଇଂଲଣ୍ଡ ପାଇଁ ୧୦୪ ଟି ଦିନିକିଆ ଖେଳି ୨୯୧୯ ରନ୍‌ କରିଛନ୍ତି। ଯେଉଁଥିରେ ତିନୋଟି ଶତକ ଓ ୨୧ଟି ଅର୍ଦ୍ଧଶତକ ସାମିଲ ଅଛି।

Also Read  ବ୍ରଜରାଜନଗର ଉପନିର୍ବାଚନ : କଂଗ୍ରେସ, ବିଜେପି ଓ ବିଜେଡି ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ