ପ୍ରଖ୍ୟାତ ଓଡିଆ ତଥା ବଙ୍ଗୀୟ କଣ୍ଠଶିଳ୍ପୀ ନିର୍ମଳା ମିଶ୍ରଙ୍କ ପରଲୋକ

0
143
famous-odia-and-bengali-singer-nirmala-mishra-passed-away

କୋଲକତା: ପ୍ରସିଦ୍ଧ ଓଡିଆ ତଥା ବଙ୍ଗୀୟ କଣ୍ଠଶିଳ୍ପୀ ନିର୍ମଳା ମିଶ୍ରଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ହୋଇଥିଲା । ହୃଦଘାତ ହେବା ପରେ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲେ ବି ସେଠାରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡିଛି । ସେ କିଛି ବର୍ଷ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ନିର୍ମଳା ମିଶ୍ର ଓଡ଼ିଆ ଓ ବଙ୍ଗଳା ସିନେଜଗତର ଜଣେ ଲୋକପ୍ରିୟ ଗାୟିକା ଥିଲେ। ଷାଠିଏ ଓ ସତୁରି ଦଶରେ ସେ ଅନେକ ଓଡ଼ିଆ ଓ ବଙ୍ଗଳା ଚଳଚ୍ଚିତ୍ର ଗୀତରେ କଣ୍ଠଦାନ କରିଥିଲେ।

ଅନେକ ଓଡ଼ିଆ ଓ ବଙ୍ଗଳା ଫିଲ୍ମ ଗୀତ ଗାଇ ବେଶ ଲୋକପ୍ରିୟତା ହାସଲ କରିଥିଲେ ନିର୍ମଳା ମିଶ୍ର । ୧୯୬୦ ଓ ୧୯୭୦ ଦଶକରେ ନିର୍ମଳା ଅନେକ ଚଳଚ୍ଚିତ୍ର ଓ ଆଧୁନିକ ଗୀତ ଗାଇଥିଲେ । ଓଡ଼ିଆ ଫିଲ୍ମରେ ତାଙ୍କୁ ପ୍ରଥମେ ସୁଯୋଗ ଦେଇଥିଲେ ସଂଗୀତ ସୁଧାକର ବାଳକୃଷ୍ଣ ଦାଶ । ୧୯୬୦ର ଓଡ଼ିଆ ଫିଲ୍ମ ଶ୍ରୀଲୋକନାଥରେ ତାଙ୍କୁ ପାର୍ଶ୍ଵ ଗାୟିକା ଭାବେ ସୁଯୋଗ ଦେଇଥିଲେ ବାଳକୃଷ୍ଣ ଦାଶ । ଫିଲ୍ମ ସ୍ତ୍ରୀ, କା’, ଅଦିନ ମେଘ, ମଲାଜହ୍ନ, ଅନୁତାପ, ଅଭିନେତ୍ରୀ, କିଏ କାହାର, ସୂର୍ଯ୍ୟମୁଖୀ, ଅମଡାବାଟ, ଚିଲିକା ତୀରେ, ଘରବାହୁଡା ଭଳି ଅନେକ ଓଡ଼ିଆ ଫିଲ୍ମରେ ଗୀତ ଗାଇଥିଲେ ନିର୍ମଳା । ବାଳକୃଷ୍ଣ ଦାଶ, ଅକ୍ଷୟ ମହାନ୍ତି, ଶାନ୍ତନୁ ମହାପାତ୍ରଙ୍କ ଭଳି ସଂଗୀତ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶନାରେ ସେ ଅନେକ ହିଟ୍ ଚଳଚ୍ଚିତ୍ର ଗୀତରେ କଣ୍ଠଦାନ କରିଥିଲେ।

Also Read  କଟକଣାରେ ଚାଲିବ ବିଧାନସଭା ଶୀତ ଅଧିବେଶନ : ୨୮ରୁ ୩୦ ଯାଏଁ ବିଧାୟକଙ୍କ କୋଭିଡ୍ ପରୀକ୍ଷା

LEAVE A REPLY

Please enter your comment!
Please enter your name here