ଶିମିଳିପାଳ ଜାତୀୟ ଉଦ୍ୟାନରେ ନିଜ ଇଲାକାର ସୀମାରେ ଚିହ୍ନ ଦେଉଛି କଳା ମହାବଳ ବାଘ

0
237

ଭୁବନେଶ୍ବର: ଶିମିଳିପାଳ ଜାତୀୟ ଉଦ୍ୟାନରେ ଗୋଟାଏ ବିରଳ କଳା ମହାବଳ ବାଘ ତା’ର ଇଲାକାରେ ଚିହ୍ନ ଦେଉଥିବାର ବିରଳ ଦୃଶ୍ୟ ସମ୍ପ୍ରତି ସାମାଜିକ ଗଣମାଧ୍ୟମ ‘ଟୁଇଟର୍‌’ରେ ପ୍ରସାରିତ ହେଉଛି। ଆନ୍ତର୍ଜାତିକ ବ୍ୟାଘ୍ର ଦିବସ ଅବସରରେ ‘ଇଣ୍ଡିଆନ୍‌ ଫରେଷ୍ଟ୍‌ ସର୍ଭିସ୍‌’ ଅଫିସର୍‌ ସୁଶାନ୍ତ ନନ୍ଦ ସେୟାର୍‌ କରିଥିବା ଉକ୍ତ ୧୫ ସେକେଣ୍ଡ୍‌ର ଭିଡିଓ କ୍ଲିପ୍‌ରେ ଦେଖାଯାଉଛି, କଳାବାଘଟି ଗୋଟାଏ ଗଛର ଗଣ୍ଡିକୁ ରାମ୍ପୁଡ଼ି ତା’ର ଇଲାକା ଚିହ୍ନଟ କରୁଛି। ସେଥିରେ ସେ ଲେଖିଛନ୍ତି: ଦୁର୍ଲଭ କଳା ବାଘଟାଏ ତା’ର ଇଲାକା ଚିହ୍ନଟ କରୁଥିବାର ମଜାଦାର କ୍ଲପ୍‌ଟିଏ ଆନ୍ତର୍ଜାତିକ ବ୍ୟାଘ୍ର ଦିବସ ଅବସରରେ ସେୟାର୍‌ କରୁଛି।

ଉଲ୍ଲେଖଯୋଗ୍ୟ, ଅରଣ୍ୟରେ ରହୁଥିବା ମହାବଳ ବାଘ ସବୁ ନିଜ ନିଜର ଚଳପ୍ରଚଳ ଅଞ୍ଚଳ ମଧ୍ୟକୁ ନ ଆସିବା ପାଇଁ ଅନ୍ୟ ବାଘମାନଙ୍କୁ ସତର୍କ କରାଇବା ଉଦ୍ଦେଶ୍ୟରେ ଗଛବୃଚ୍ଛ ରାମ୍ପି ଚିହ୍ନ ଦେଇ ଥାଆନ୍ତି। କଳା ମହାବଳ ବାଘର ଦେହ ରଙ୍ଗ ଧଳା ଅଥବା ସୁନେଲି ରଙ୍ଗର ହୋଇଥିବା ବେଳେ ତା’ଉପରେ ଗାଢ଼କଳା ପଟା ଗାର ପଡ଼ିଥାଏ। ଶିମିଳିପାଳରେ ଉତ୍ତୋଳିତ ଏହି ଦୃଶ୍ୟଟି ବୋଧହୁଏ ବର୍ତ୍ତମାନ ପାଇଁ ଏକମାତ୍ର ତଥା ଦୁର୍ଲଭ ଭିଡିଓ।

ଟୁଇଟର୍‌ରେ ମଜାଦାର ବନ୍ୟପ୍ରାଣୀଙ୍କର ଭିଡିଓ ସେୟାର୍‌କାରୀ ଭାବେ ସୁପରିଚିତ ଅଧିକାରୀଜଣକ କହିଛନ୍ତି, କଳା ବାଘମାନଙ୍କର ‘ଜିନ୍‌ ପୁଲ୍‌’ ଅଭିନବ ଏବଂ ସେମାନଙ୍କର ସଂଖ୍ୟା ବୃଦ୍ଧି କରିବା ଲାଗି ‘ବ୍ୟାଘ୍ର ସଂରକ୍ଷଣ’ ଉଦ୍ୟମ ଚଳାଇଛି। ଗୁଣସୂତ୍ରୀୟ ପରିବର୍ତ୍ତନ ହେତୁ ମହାବଳ ବାଘ ଦେହରେ ଏଭଳି ଚମତ୍କାର ଗାଢ଼ କଳା ପଟା ଦାଗ ସୃଷ୍ଟି ହୋଇଥାଏ। ନିର୍ଦ୍ଦିଷ୍ଟ କୌଣସି ଗୁଣସୂତ୍ର ରୂପାନ୍ତରିତ ହୋଇଯିବା ପରେ କଳା ପଟା ଦାଗ ସବୁ ବଢ଼ି ବଢ଼ି ବାଘର କମଳା ରଙ୍ଗର ଦେହକୁ ଆବୃତ୍ତ କରି ପକାଇଥାଏ। ଚିତାବାଘ କ୍ଷେତ୍ରରେ ମଧ୍ୟ ସେଭଳି ହୋଇଥାଏ।

Also Read  ଜାଣନ୍ତୁ କ’ଣ ଖାଇଲେ ପ୍ରକୃତ ବୟସଠାରୁ ୨୦ ବର୍ଷ କମଭଳି ଦେଖାଯିବେ ?

LEAVE A REPLY

Please enter your comment!
Please enter your name here