ନୃଶଂସ ପୁଅଙ୍କ ବର୍ବର କାଣ୍ଡ; ବାପାକୁ ପିଟିପିଟି ହତ୍ୟା କରିବା ପରେ ମୃତଦେହ ଉପରେ ଚସ୍କୁଟି ଢାଇଦେଲେ ଦୁଇ ପୁଅ

0
134
father-was-beaten-to-death-by-two-sons

ବଣାଇ: ରକ୍ତ ସମ୍ପର୍କରେ ରକ୍ତର ଛିଟା । ନୃଶଂସ ପୁଅଙ୍କ ବର୍ବର କାଣ୍ଡ । ନିଜ ଜନ୍ମକଲା ବାପାଙ୍କୁ ପିଟିପିଟି ହତ୍ୟା କଲେ ଦୁଇ ପୁଅ । ମୃତଦେହ ଉପରେ ସ୍କୁଟି ଚଢାଇଦେଲେ । ସୁନ୍ଦରଗଡ ଜିଲ୍ଲା ବଣାଇ ଚାନ୍ଦିପୋଷ ଥାନାର ରାଣିବେର୍ଣ୍ଣା ଅଞ୍ଚଳରେ ଅଭାବନୀୟ ଘଟିଛି । ମୃତକ ହେଲେ ମଙ୍ଗରା ଭୂମିକ । ଘରୋଇ କଳହକୁ କେନ୍ଦ୍ର କରି ଦୁଇ ପୁଅ କାଠ ଫାଳିଆରେ ପିଟିପିଟି ହତ୍ୟା କଲେ । ପରେ ମୃତଦେହ ଉପରେ ସ୍କୁଟି ଚଢାଇଦେଇଥିଲେ । ଦୁଇ ପୁଅ ମଧ୍ୟରେ ଜଣେ ନାବାଳକ । ଘଟଣାସ୍ଥଳରୁ ଦୁଇ ପୁଅ ଫେରାର ହୋଇଯାଇଛନ୍ତି । ଚାନ୍ଦିପୋଷ ପୋଲିସ ପହଂଚି ଘଟଣାର ତଦନ୍ତ କରୁଛି। ପୁଲିସ ଦୁଇ ପୁଅ ଶିବନାଥ ଭୂମି ଓ ଗୌରାଙ୍ଗ ଭୂମିଙ୍କୁ ଅଟକ ରଖି ପଚରଉଚରା କରୁଛି।

ସୂଚନା ଅନୁସାରେ, ଗତକାଲି ରାତିରେ କୌଣସି କଥାକୁ ନେଇ ମାଙ୍ଗରା ଓ ତାଙ୍କ ଦୁଇ ପୁଅଙ୍କ ମଧ୍ୟରେ ବଚସା ହୋଇଥିଲା। ଶିବରାମ ଓ ଗୌରାଙ୍ଗ ଉତକ୍ଷିପ୍ତ ହୋଇ ଏକ ଠେଙ୍ଗା ଆଣି ବାପାଙ୍କୁ ପଟିପିଟି ହତ୍ୟା କରିଥିଲେ। ଘଟଣାସ୍ଥଳରେ ମାଙ୍ଗରାଙ୍କ ମୃତ୍ୟୁ ଘଟିଥିଲା। ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

Also Read  OAS cadre reshuffle in the state

LEAVE A REPLY

Please enter your comment!
Please enter your name here